ETV Bharat / state

କାଦୁଅରେ ଫସି ଆଖି ବୁଜିଲା ଛୁଆ ହାତୀ - ଢେଙ୍କାନାଳରେ ହାତୀ ଛୁଆ ମୃତ୍ୟୁ

ଢେଙ୍କାନାଳ ବନଖଣ୍ଡରୁ ହାତୀ ଛୁଆ ମୃତଦେହ ଉଦ୍ଧାର । କାଦୁଅରେ ଫସିବା ଯୋଗୁଁ ହାତୀ ଛୁଆଟିର ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ଢେଙ୍କାନାଳରେ କାଦୁଅରେ ଫସି ହାତୀ ଛୁଆର ମୃତ୍ୟୁ

author img

By

Published : Aug 11, 2022, 2:10 PM IST

ଢେଙ୍କାନାଳ: ରାଜ୍ୟରେ ବାରମ୍ବାର ହାତୀ ମୃତ୍ୟୁ ପରେ ଗଜରାଜଙ୍କ ସୁରକ୍ଷା ଏକ ସମ୍ବେଦନଶୀଳ ପ୍ରସଙ୍ଗ ପାଲଟିଛି । ତଥାପି ହାତୀ ସୁରକ୍ଷା ଦିଗରେ ଚେତି ନାହାନ୍ତି ଢେଙ୍କାନାଳ ବନ କର୍ମଚାରୀ । ବନ କର୍ମଚାରୀମାନଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଢେଙ୍କାନାଳ ବନଖଣ୍ଡରେ ପୁଣି ଏକ ହାତୀର ମୃତ୍ୟୁ ଘଟିଛି । କାଦୁଅରେ ଫସିବା ଯୋଗୁଁ ଏଠାରେ ଏକ ହାତୀ ଛୁଆ ପ୍ରାଣ ହରାଇଛି । ଆଜି(ଗୁରୁବାର) ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ କାମାକ୍ଷାନଗର ବନାଞ୍ଚଳର କଙ୍କିଳି ଗ୍ରାମ ନିକଟ ନାଳରୁ ଏହାର ମୃତଦେହ ଠାବ ହୋଇଛି । ଖବର ପାଇ ବନ କର୍ମଚାରୀମାନେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛନ୍ତି । ତେବେ କାଦୁଅରେ ଫସିଥିବା ଏହି ହାତୀ ଛୁଆକୁ ଉଦ୍ଧାର କରିବାରେ ବନ ବିଭାଗର ଅବେହେଳା ଯୋଗୁଁ ତା'ର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି ।

କାଦୁଅରେ ଫସି ହାତୀ ଛୁଆର ମୃତ୍ୟୁ

ମୃତ ହାତୀ ଛୁଆ ଏକ ମାଈ ହାତୀ ଅଟେ । ଏହାର ବୟସ ୨ରୁ ୩ ବର୍ଷ ହେବ ବୋଲି ଅନୁମାନ କରାଯାଇଛି । ପ୍ରକାଶଥାଉ କି, କଙ୍କିଳି ଗ୍ରାମ ନିକଟକୁ ହାତୀପଲ ପଶି ଆସିଥିବା ବେଳେ ଅଞ୍ଚଳବାସୀ ଏହାକୁ ନେଇ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ତେବେ ହାତୀପଲରୁ ୪ଟି ହାତୀ ଦୁଇ ଦିନ ପୂର୍ବେ ନିକଟସ୍ଥ ପୋଖରୀରେ ଫସିଯାଇଥିଲେ । ତଥାପି ବନ କର୍ମଚାରୀମାନେ ଏହି ହାତୀପଲଙ୍କ ଗତିବିଧି ଉପରେ ନଜର ରଖିବାରେ ବ୍ୟାପକ ଅବହେଳା ପ୍ରଦର୍ଶନ କରିଥିଲେ । ଯାହଫଳରେ ସେଥିମଧ୍ୟରୁ ଗୋଟିଏ ହାତୀ ଛୁଆ କଙ୍କିଳି ଗ୍ରାମ ନିକଟ ନାଳ କାଦୁଅରେ ଫସି ପ୍ରାଣ ହରାଇଛି ।

ଏହି ହାତୀ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି । ସେମାନେ ଏହି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ହାତୀ ଛୁଆ ମୃତ୍ୟୁର ସଠିକ କାରଣ ସମ୍ପର୍କରେ ବନ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.