ETV Bharat / state

କାର ଚାଳକଙ୍କୁ ପିଟି ପିଟି ହତ୍ୟା, ନ୍ୟାୟ ଦାବିରେ ଗାଡି ଚାଳକ ସଂଘର ପ୍ରତିବାଦ

author img

By

Published : Jun 26, 2022, 7:51 PM IST

ଦୁର୍ଘଟଣା ଘଟାଇଥିବା କାର୍ ଡ୍ରାଇଭରଙ୍କୁ ପିଟି ପିଟି ମାରିଦେବା ଅଭିଯୋଗରେ ଗାଡି ଚାଳକ ସଂଘ ପକ୍ଷରୁ ଆନ୍ଦୋଳନ । ଅଧିକ ପଢନ୍ତୁ

ଦୁର୍ଘଟଣା ଘଟାଇଥିବା କାର ଚାଳକଙ୍କୁ ହତ୍ୟା କରିବା ଅଭିଯୋଗରେ ଆନ୍ଦୋଳନ

ଢେଙ୍କାନାଳ: ଦୁର୍ଘଟଣା ଘଟାଇଥିବା କାର ଚାଳକଙ୍କ ମୃତ୍ୟୁକୁ ନେଇ ଢେଙ୍କାନାଳ ହିନ୍ଦୋଳରେ ଉତ୍ତେଜନା । ଗାଡି ଚାଳକ ସଂଘ ପକ୍ଷରୁ ମୃତଦେହ ରଖି ହିନ୍ଦୋଳ ଏନଏସି ମୁଖ୍ୟରାସ୍ତା ଅବରୋଧ । କାର ଚାଳକଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୁକ୍ତମାନଙ୍କୁ ଗିରଫ ଦାବି କଲା ସଂଘ । ଦୁର୍ଘଟଣାରେ ଦୁଇ ଜଣ ବ୍ଯକ୍ତି ଗୁରୁତର ଆହତ ହେବାରୁ ସମ୍ପୃକ୍ତ କାର୍ ଚାଳକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ।

ଏହି ଘଟଣାକୁ ନେଇ ହିନ୍ଦୋଳ ଗାଡି ଚାଳକ ସଂଘ ମୃତଦେହ ରଖି ଆନ୍ଦୋଳନ କରିଛି । ହିନ୍ଦୋଳ ବିଜ୍ଞାପିତ ପରିଷଦର ପ୍ରାଣୀ ଚିକିତ୍ସା କେନ୍ଦ୍ର ଠାରେ ଅନୁଗୋଳ-ହିନ୍ଦୋଳ ମୁଖ୍ୟ ରାସ୍ତା ଓ ମୃତ କାର ଚାଳକଙ୍କ ଘର ବନମାଳିପୁର ଛକ ଠାରେ ହିନ୍ଦୋଳ ଗୁଡ଼ିଆକାଟେଣି ମୁଖ୍ୟରାସ୍ତା ଏପରି ଦୁଇଟି ସ୍ଥାନରେ ରାସ୍ତା ଅବରୋଧ କରିଛନ୍ତି ଶତାଧିକ ଗାଡି ଚାଳକ । ଫଳରେ ସାଧାରଣ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ଯୋଗୁଁ ଉତ୍ତେଜନା ପ୍ରକାଶ ପାଇଛି । ଖବର ପାଇ ଢେଙ୍କାନାଳରୁ ଅତିରିକ୍ତ ପୋଲିସ ଆରକ୍ଷୀ ଅଧିକ୍ଷକ ସମେତ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ବୁଝାସୁଝା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଛାଡିଥିଲେ ମଧ୍ୟ ଡ୍ରାଇଭରମାନେ ଆନ୍ଦୋଳନରେ ବସିଥିବା ସୂଚନା ମିଳିଛି । ମୃତ କାର ଚାଳକ ହିନ୍ଦୋଳ ବିଜ୍ଞାପିତ ପରିଷଦ ଅଞ୍ଚଳ ବନମାଳିପୁରର ଦେବୀ ପ୍ରସାଦ ମୁଦୁଲି ବୋଲି ଜଣାପଡିଛି । ଗତକାଲି ରାତିରେ ଦେବୀ ପ୍ରସାଦ ମୁଦୁଲି ଚଳାଉଥିବା ଏକ କାର ହିନ୍ଦୋଳ ବିଜ୍ଞାପିତ ପରିଷଦ ମୁଖ୍ୟ ରାସ୍ତା ପାର୍ଶ୍ଵରେ ଥିବା ମିରା ବଜାରର ଗୋଲାପ ମହମ୍ମଦଙ୍କ ଘରେ ଉପରେ ମାଡି ଯାଇଥିଲା । ଦୁର୍ଘଟଣାରେ ଦୁଇଜଣ ଗୁରୁତର ହୋଇଥିଲେ । ତେବେ ଏହି ଘଟଣାରେ ଆହତମାନଙ୍କ ପରିବାର ଓ ସାହି ପଡିଶା ଉତ୍ତେଜିତ ହୋଇଥିଲେ ।

ଏପରିକି ଏହି ଦୁର୍ଘଟଣା ଘଟାଇଥିବା କାର ଚାଳକଙ୍କୁ କୁଆଡେ ନିସ୍ତୁକ ମାଡ଼ ମାରିଥିବାରୁ ତାଙ୍କୁ ମଧ୍ୟ ଗୁରୁତର ଅବସ୍ଥାରେ ହିନ୍ଦୋଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ପରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ଗାଡି ଚାଳକଙ୍କ ପରିବାରକୁ ନ୍ୟାୟ ପ୍ରଦାନ ସହ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ ଦାବିରେ ଅଡ଼ି ବସିଛନ୍ତି ଆନ୍ଦୋଳନରତ ଡ୍ରାଇଭର ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.