ETV Bharat / state

ଡ୍ରିମ ସେଣ୍ଟର ଯୌନ କେଳେଙ୍କାରୀ ଘଟଣା: ନିର୍ଦ୍ଦୋଷରେ ଖଲାସ ହେଲା ଅଭିଯୁକ୍ତ

author img

By

Published : Jul 31, 2021, 8:41 AM IST

ବହୁ ଚର୍ଚ୍ଚିତ ଡ୍ରିମ ସେଣ୍ଟର ଯୌନ ନିର୍ଯାତନା ମାମଲାର ରାୟ ପ୍ରକାଶ । ସଂସ୍ଥାର ଅଧ୍ୟକ୍ଷ ନିର୍ଦ୍ଦୋଷରେ ହେଲେ ଖଲାସ । ଅଧିକ ପଢନ୍ତୁ...

ଡ୍ରିମ ସେଣ୍ଟର ଯୌନ ନିର୍ଯାତନା ମାମଲା :  ନିର୍ଦ୍ଦୋଶରେ ଖଲାସ ହେଲା ଅଭିଯୁକ୍ତ

ଢେଙ୍କାନାଳ: ବହୁ ଚର୍ଚ୍ଚିତ ଡ୍ରିମ ସେଣ୍ଟର ଶିଶୁ ଯୌନ ନିର୍ଯାତନା ମାମଲାର ରାୟ ପ୍ରକାଶ ପାଇଛି । ଘଟଣାର ଅଢେଇ ବର୍ଷ ପରେ ଢେଙ୍କାନାଳ ଫାଷ୍ଟ ଟ୍ରାକ ସ୍ବତନ୍ତ୍ର ପୋକସୋ କୋର୍ଟ ରାୟ ଦେଇଛନ୍ତି । ରାୟ ମୁତାବକ ଅଭିଯୁକ୍ତ ସଂସ୍ଥାର ଅଧ୍ୟକ୍ଷ ଫୈଜ ରେହେମାନ ଓରଫ ଡାଡି ଓ ସହଯୋଗୀ ନିର୍ଦ୍ଦେଶକ ଉଦିତ ଲିମାଙ୍କୁ ସାକ୍ଷ୍ୟ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

ସୂଚନା ଥାଉକି, ଗୁଡ଼ ନ୍ୟୁଜ ଇଣ୍ଡିଆ ନାମକ ଏକ ମିଶନାରୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଢେଙ୍କାନାଳ ବେଲଟିକିରି ଗାଁ ନିକଟରେ ଡ୍ରିମ ସେଣ୍ଟର ନାମରେ ଏକ ଚାଇଲ୍ଡ ଓପନ ସେଲଟର କରିଥିଲା । ଯେଉଁ ଠାରେ କି, ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଗରିବ ଓ ଅସହାୟ ୫୬ ଜଣ ଝିଅଙ୍କୁ ମିଶାଇ ମୋଟ ୯୬ଜଣ ଶିଶୁଙ୍କୁ ଶିକ୍ଷା ଦାନ ଆଳରେ ରଖାଯାଇଥିଲା । ମାତ୍ର ଏହି ଡ୍ରିମ ସେଣ୍ଟରରେ ନାବାଳିକା ମାନଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ସମ୍ପର୍କରେ ଅନ୍ତେବାସୀମାନେ ଅଭିଯୋଗ ଉଠାଇଥିଲେ ।

ଏହି ସଂସ୍ଥାର ଅଧ୍ୟକ୍ଷ ତଥା ଶିଶୁ ଗୃହର ଡାଡି ବା ଫାଦର ଭାବେ ପରିଚିତ ଫୈଜ ରେହେମାନଙ୍କ ବିରୋଧରେ ଆସିଥିଲା ଏହି ଅଭିଯୋଗ । ଆଉ ତାଙ୍କୁ ତାଙ୍କ ସହଯୋଗୀ ନିର୍ଦ୍ଦେଶକ ଉଦିତ ଲିମା ଏହି କେଳେଙ୍କାରୀରେ ସହଯୋଗ କରୁଥିବା ନେଇ ଅନ୍ତେବାସୀ ଅଭିଯୋଗ ଆଣିଥିଲେ । ଯାହାକୁ ନେଇ ଢେଙ୍କାନାଳ ଶିଶୁ ସୁରକ୍ଷା ୟୁନିଟ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଛାନ ଭିନ ଆରମ୍ଭ ହୋଇଥିଲା।

ତେବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ଏ ସମ୍ପର୍କରେ ସଦର ଥାନାରେ ଲିଖିତ ଅଭିଯୋଗ ନେଇ ମାମଲା ରୁଜୁ ହୋଇଥିଲା । ପରେ ସଂସ୍ଥାର ଢେଙ୍କାନାଳ ଇନଚାର୍ଜ ସୀମାଞ୍ଚଳ ନାୟକ, ଅଧ୍ୟକ୍ଷ ଫୈଜ ରେହେମାନ ଓ ସହଯୋଗୀ ନିର୍ଦ୍ଦେଶକ ଉଦିତ ଲିମାଙ୍କୁ ଗତ ୨୦୧୮ ମସିହା ଡିସେମ୍ବର ୧ତାରିଖରେ ଗିରଫ କରି ସ୍ବତନ୍ତ୍ର ପୋକସୋ କୋର୍ଟକୁ ଚାଲାଣ କରାଯାଇଥିଲା । ଏହି ଘଟଣା ପଦାକୁ ଆସିବାପରେ ରାଜ୍ୟବ୍ୟାପୀ ଆନ୍ଦୋଳନ ପ୍ରତିବାଦ ଜୋର ଧରିଥିଲା ।

ତେବେ ଏହି ସଂସ୍ଥାର ରାଜ୍ୟରେ ୨୫ଟି ଶିଶୁ ଗୃହ କରିଥିବା ଜଣାପଡିଥିଲା । ଡ୍ରିମ ସେଣ୍ଟର ମାନଙ୍କରେ ଗରିବ ଅସାହାୟ ବର୍ଗର ଶିଶୁ ମାନଙ୍କୁ ମାଗଣା ଶିକ୍ଷାଦାନ ଆଳରେ ଏହି ସଂସ୍ଥା ପକ୍ଷରୁ ଧର୍ମାନ୍ତରୀକରଣ କରାଯାଉଛି ବୋଲି ସଙ୍ଗୀନ ଅଭିଯୋଗ ଉଠିଥିଲା । ଯାହାକୁ ନେଇ ରାଜ୍ୟବ୍ୟାପୀ ଥିବା ସଂସ୍ଥା ଗୁଡି଼କ ଉପରେ ଚଢ଼ାଉ କରାଯାଇଥିଲା । ଏପଟେ ଏହି ଘଟଣା ରାଜ୍ୟବ୍ୟାପୀ ଚର୍ଚ୍ଚା ହେବାରୁ ଢେଙ୍କାନାଳ ଡ୍ରିମ ସେଣ୍ଟରରୁ ପିଲା ମାନଙ୍କୁ ତାଙ୍କ ଅଭିଭାବକ ମାନେ ନେଇ ଯାଇଥିବା ସହ ପ୍ରଶାସନ ପକ୍ଷରୁ ବିଭିନ୍ନ ଜିଲ୍ଲାରେ ଥିବା ଏହି ସଂସ୍ଥାର ଡ୍ରିମ ସେଣ୍ଟରକୁ ସିଲ କରି ଦିଆଯାଇଥିଲା ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.