ETV Bharat / state

ଢେଙ୍କାନାଳ ପୌରାଞ୍ଚଳରେ ଡ୍ରେନ ସଫା ପାଇଁ ଉଚ୍ଛେଦ ଆରମ୍ଭ - Drainage cleaning begins in Dhenkanal

ବହୁ ଦିନରୁ ଢେଙ୍କାନାଳ ପୌରାଞ୍ଚଳରେ ଅଳିଆ ଆବର୍ଜନା ପଡି ରହି ସହରରେ ଅସ୍ବାସ୍ଥ୍ୟକର ପରିସ୍ଥିତି ସୃଷ୍ଟି କରୁଥିଲା । ମାତ୍ର ଏବେ ଜିଲ୍ଲାର ପୌରାଞ୍ଚଳ ଆବର୍ଜନା ମୁକ୍ତ ହେବାକୁ ଯାଉଛି । ଗୁରୁବାର ପୌରସଂସ୍ଥା ପକ୍ଷରୁ ଡ୍ରେନ ଉପର ଜବର ଦଖଲକୁ ଉଚ୍ଛେଦ କରାଯାଇ ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ..

ଢେଙ୍କାନାଳ ପୋୖରାଞ୍ଚଳରୁ ଡ୍ରେନ ସଫା ପାଇଁ ଉଚ୍ଛେଦ ଆରମ୍ଭ

author img

By

Published : Oct 8, 2020, 2:21 PM IST

ଢେଙ୍କାନାଳ: ଜିଲ୍ଲାର ପୌରାଞ୍ଚଳ ହେବ ଆବର୍ଜନା ମୁକ୍ତ । ଏଥିଲାଗି ପୌରସଂସ୍ଥା ପକ୍ଷରୁ ଗୁରୁବାର ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ତେବେ ସମ୍ପୂର୍ଣ୍ଣ ପୌରାଞ୍ଚଳର ଡ୍ରେନ ସଫା ହେବା ପର୍ଯ୍ୟନ୍ତ ସହରବାସୀଙ୍କ ସହଯୋଗ କାମନା କରିଛନ୍ତି ପୌର ନିର୍ବାହୀ ଅଧିକାରୀ ।

ଢେଙ୍କାନାଳ ପୋୖରାଞ୍ଚଳରୁ ଡ୍ରେନ ସଫା ପାଇଁ ଉଚ୍ଛେଦ ଆରମ୍ଭ

ଘରୁ ଆବର୍ଜନା ସଂଗ୍ରହ କରି ତାକୁ ଜୈବିକ ସାର ପ୍ରସ୍ତୁତ ପରେ ପୌରସଂସ୍ଥା ପକ୍ଷରୁ ଏବେ ସହରର ରାସ୍ତା କଡ଼ ଡ୍ରେନ ସଫା କାମ ଆରମ୍ଭ ହୋଇଛି । ଏଥିପାଇଁ ଢେଙ୍କାନାଳ ସହରରେ ଡ୍ରେନ ଉପର ଜବର ଦଖଲକୁ ଉଚ୍ଛେଦ କରାଯାଇଛି । ଗୁରୁବାର ସହରର ଲଷ୍ମୀବଜାରର ସୁପର ମାର୍କେଟ ସମ୍ମୁଖ ଦୋକାନ ଗୁଡିକର ସ୍ଲାପକୁ ଡ୍ରେନ ଉପରୁ ଉଠାଇ ଜେସିବି ମାଧ୍ୟମରେ ସଫା କରାଯାଇଛି ।

ବର୍ତ୍ତମାନ କୋରୋନା ମହାମାରୀ ଯୋଗୁଁ ବ୍ୟବସାୟୀଙ୍କ ସଂଖ୍ୟା କମ୍ ରହିଛି ତେଣୁ ଏହି ସମୟ ମଧ୍ୟରେ ସଫେଇ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ ସମ୍ପୂର୍ଣ ପୌରାଞ୍ଚଳ ସଫା ନ ହେବା ପର୍ଯ୍ୟନ୍ତ ସହରରେ ସଫେଇ କାର୍ଯ୍ୟ ଚାଲୁ ରହିବ, ଏଣୁ ସହରବାସୀ ଓ ବ୍ୟବସାୟୀମାନଙ୍କ ସହଯୋଗ କାମନା କରିଛନ୍ତି ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.