ଢେଙ୍କାନାଳ: କୋରୋନା ସଂକ୍ରମଙ୍କୁ ପ୍ରତିହତ କରିବା ପାଇଁ ଦେଶବ୍ୟାପୀ ଜାରି ରହିଛି ଲକଡ଼ାଉନ ସହ କଡା କଟକଣା । ଏହି ମହାମାରୀରୁ ସୁରକ୍ଷା ପାଇଁ ଚାଲୁ ରହିଥିବା ମହାସଂଗ୍ରାମର ପ୍ରମୁଖ ଯୋଦ୍ଧା କୁହାଯାଉଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମଚାରୀ ମାନଙ୍କ ମଧ୍ୟରେ ଏମିତି ବି କିଛି ଡାକ୍ତର ଅଛନ୍ତି, ଯିଏକି ଡାକ୍ତରଖାନାରେ ରୋଗୀସେବା ସରିବା ପରେ ସାମାଜିକ କାମରେ ଲାଗିପଡୁଛନ୍ତି।
ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅସ୍ଥିଶଲ୍ୟ ବିଶେଷଜ୍ଞ ପ୍ରଦୋତ ବେହେରା ଦିନ ମଜୁରିଆ ଓ ଖଟିଖିଆମାନଙ୍କୁ ଖୋଜିଖୋଜି ସେମାନଙ୍କ ପାଖରେ ରନ୍ଧାଖାଦ୍ୟ ପହଞ୍ଚାଉଛନ୍ତି । ଏଥିରେ ସାମିଲ ହୋଇଛନ୍ତି ଆଉ କିଛି ଉଦ୍ୟଗୀ ଯୁବକ । ଯେଉଁମାନେ ଡାକ୍ତରଙ୍କ ସହ ମିଶି ରନ୍ଧାଖାଦ୍ୟ କରି ଗରିବ ଅସହାୟଙ୍କୁ ବାଣ୍ଟୁଥିବା ଦେଖାଯାଉଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ