ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଭୁବନ ଏନଏସି ପକ୍ଷରୁ ସହରାଞ୍ଚଳର ବସ୍ତିବାସିନ୍ଦାଙ୍କୁ ଜାଗା ମିଶନ ଯୋଜନା ଜରିଆରେ ଭୂମି ଅଧିକାର ପ୍ରମାଣ ପତ୍ର ପ୍ରଦାନ କରାଯାଇଛି ।
ଏହି ଅବସରରେ ଢେଙ୍କାନାଳ ସାଂସଦ ମହେଶ ସାହୁ ଯୋଗଦେଇ ୧୫୮ ଜଣ ଭୂମିହୀନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଛନ୍ତି । ରାଜ୍ୟର ସହରାଞ୍ଚଳର ବସ୍ତିରେ ବସବାସ କରୁଥିବା ଲୋକମାନଙ୍କୁ ଜାଗା ମିଶନ ଯୋଜନା ଜରିଆରେ ଭୂମି ଅଧିକାର ପ୍ରମାଣ ପତ୍ର ଦେବାପାଇଁ ରାଜ୍ୟ ସରକାର ପ୍ରୟାସ କରିଛନ୍ତି ।
ସେହିପରି ଭୁବନ ଏନଏସିରେ ଥିବା ବସ୍ତିବାସିନ୍ଦାମାନେ କିଭଳି ସୁସ୍ଥ ଓ ସମ୍ମାନର ସହ ରହିବେ ସେଥିପାଇଁ ତାଙ୍କୁ ଭୂମି ଅଧିକାର ପ୍ରମାଣ ପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ପ୍ରଭାସ କୁମାର ବେଉରିଆ, କାର୍ଯ୍ୟନିର୍ବାହି ଅଧିକାରୀ ପ୍ରମୋଦ ବରାଳ ଓ ପୂର୍ବତନ ଏନଏସି ଅଧ୍ୟକ୍ଷ ନନ୍ଦ କିଶୋର ସାହୁ ଉପସ୍ଥିତ ଥିଲେ ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ