ETV Bharat / state

ବକେୟା ଟଙ୍କା ତ ଦେଲେନି, ଜୀବନ ବି ନେଇଗଲେ ! - ଢେଙ୍କାନାଳ ଖବର

ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗେଙ୍ଗୁଟିଆ ବାଲି ଘାଟରେ ଶ୍ରମିକଙ୍କୁ ଟ୍ରାକ୍ଟର ଚଢାଇ ହତ୍ୟା ଅଭିଯୋଗ ହୋଇଛି । ୩ ଜଣଙ୍କୁ ଅଟକ ରଖି ତନାଘନା ଜାରି ରଖିଛି ସହର ପୋଲିସ । ଅଧିକ ପଢନ୍ତୁ

ଚୋରା ବାଲି ଘାଟ ବିବାଦରୁ ହତ୍ୟାକାଣ୍ଡ ଅଭିଯୋଗ
ଚୋରା ବାଲି ଘାଟ ବିବାଦରୁ ହତ୍ୟାକାଣ୍ଡ ଅଭିଯୋଗ
author img

By

Published : Jan 21, 2022, 4:10 PM IST

ଢେଙ୍କାନାଳ: ବାଲି ପାଇଁ ଗଲା ଜୀବନ । ଚୋରା ବାଲି ଘାଟ ବିବାଦରୁ ହତ୍ୟାକାଣ୍ଡ ଅଭିଯୋଗ । ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗେଙ୍ଗୁଟିଆ ବାଲି ଘାଟରେ ଶ୍ରମିକଙ୍କୁ ଟ୍ରାକ୍ଟର ଚଢାଇ ହତ୍ୟା ଅଭିଯୋଗ ହୋଇଛି । ୩ଜଣଙ୍କୁ ଅଟକ ରଖି ତନାଘନା ଜାରି ରଖିଛି ସହର ପୋଲିସ ।

ସୂଚନାଅନୁସାରେ ବ୍ରାହ୍ମଣୀ ନଦୀରୁ ବାଲି ଚୋରା କାରବାରକୁ ନେଇ ଉପୁଜିଥିବା ବିବାଦରୁ ଗଡ଼ିଛି ମୁଣ୍ଡ । ଗତକାଲି ରାତିରେ ବିବାଦରୁ ଜଣେ ଶ୍ରମିକଙ୍କୁ ଟ୍ରାକ୍ଟର ଚଢାଇ ହତ୍ୟା କରା ଯାଇଥିବା ଅଭିଯୋଗ ହୋଇଛି । ଢେଙ୍କାନାଲ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗେଙ୍ଗୁଟିଆ ବାଲି ଘାଟରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତକ ଜଣକ ହେଲେ ଗେଙ୍ଗୁଟିଆ ଗ୍ରାମର ଅଜୟ ରାଉତ । ଏହି ବାଲି ଘାଟରେ ଟ୍ରାକ୍ଟର ଯୋଗେ ବାଲି ଚୋରା କାରବାର କରାଯାଉଥିବା ବେଳେ ଅଜୟ ଶ୍ରମିକ ଭାବେ କାମ କରନ୍ତି । ଅଜୟଙ୍କର ଶ୍ରମ ବାବଦକୁ ବକେୟା ଥିବା ଟଙ୍କା ନଦେବାରୁ ସେ ବାଲି ବୋଝେଇ ଟ୍ରାକ୍ଟରକୁ ଅଟକ ରଖିବାରୁ ବିବାଦ ସୃଷ୍ଟି ହୋଇଥିଲା ।

ଚୋରା ବାଲି ଘାଟ ବିବାଦରୁ ହତ୍ୟାକାଣ୍ଡ ଅଭିଯୋଗ

ପରେ ୪ ରୁ ୫ଜଣ ମିଶି ଅଜୟଙ୍କୁ ଆକ୍ରମଣ କରିବା ସହ ବାଲି ବୋଝେଇ ଟ୍ରାକ୍ଟରରେ ତାଙ୍କୁ ଧକ୍କା ଦେଇଥିଲେ । ଘଟଣାସ୍ଥଳରେ ଅଜୟଙ୍କର ମୃତ୍ୟୁ ଘଟିଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ତେବେ ସଦର ଥାନା ପୋଲିସ ମୃତଦେହକୁ ଜବତ କରି ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ଘଟଣାରେ ଗେଙ୍ଗୁଟିଆର ୩ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.