ETV Bharat / state

ପୂର୍ବତନ ସମିତି ସଭ୍ୟଙ୍କୁ ସଂଘବଦ୍ଧ ହତ୍ୟା, ୩ ଅଟକ

author img

By

Published : May 8, 2023, 10:14 AM IST

Updated : May 8, 2023, 1:48 PM IST

ଦିଘି ପଞ୍ଚାୟତର ପୂର୍ବତନ ସମିତି ସଭ୍ୟଙ୍କୁ ସଂଘବଦ୍ଧ ହତ୍ୟା । କାରଣ ଅସ୍ପଷ୍ଟ ରହିଥିବା ବେଳେ ୩ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି କାମାକ୍ଷାନଗର ପୋଲିସ । ଅଧିକ ପଢନ୍ତୁ

murder
murder

ଢେଙ୍କାନାଳ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଡିଲା ମୁଣ୍ଡ ! ପୂର୍ବତନ ସମିତି ସଭ୍ୟଙ୍କୁ ନିର୍ମମ ହତ୍ୟା । ଢେଙ୍କାନାଳ ଜିଲ୍ଲା ଦିଘି ଗ୍ରାମ ନିକଟସ୍ଥ ନାଳ ନିକଟରେ ପୂର୍ବତନ ସମିତି ସଭ୍ୟଙ୍କୁ ନିର୍ମମ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ରାତିରେ କାଜୁ ବଗିଚାରୁ ଫେରିବା ବେଳେ ହତ୍ୟା କରାଯାଇଥିବା ସନ୍ଦେହ । ମୃତକ ହେଲେ ସର୍ବେଶ୍ୱର ରାଉତ । ଖବରପାଇ କାମାକ୍ଷାନଗର ପୋଲିସ ତଦନ୍ତ ଆରମ୍ଭ କରିବା ସହ ୩ ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି ।

ସୂଚନାଅନୁସାରେ, ସର୍ବେଶ୍ୱର ଭୁବନ ବ୍ଲକ ଅନ୍ତର୍ଗତ ଦିଘି ପଞ୍ଚାୟତରେ ସମିତିସଭ୍ୟ ଭାବେ କାମ କରୁଥିଲେ । ବିଳମ୍ବିତ ରାତିରେ ଏକ ବାଇକ ଯୋଗେ କାଜୁ ଜଙ୍ଗଲକୁ ଜଗିବା ପାଇଁ ଯାଇ ଘରକୁ ଫେରୁଥିବା ବେଳେ ତାଙ୍କୁ ନିର୍ମମ ବାବେ ହତ୍ୟା କରାଯାଇଛି । ଦିଘି ଗ୍ରାମ ନିକଟସ୍ଥ ନାଳ ନିକଟରେ ୮ରୁ ୧୦ ଜଣ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ । ତେବେ ତାଙ୍କୁ ସଙ୍ଗେସଙ୍ଗେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧିନ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ସର୍ବେଶ୍ବରଙ୍କ ପରିବାର ପକ୍ଷରୁ କାମାକ୍ଷାନଗର ଥାନାରେ ଅଭିଯୋଗ କରାଯାଇଥିଲା । ଅଭିଯୋଗ କ୍ରମେ ପୋଲିସ ଘଟଣାସ୍ଥଳ ପରିଦର୍ଶନ କରିବା ସହ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ: Jharsuguda By Poll: ପ୍ରଚାର ମୈଦାନରେ ନବୀନ, ଝାରସୁଗୁଡ଼ାବାସୀଙ୍କୁ ନ୍ୟାୟ କେବେ ପଚାରିଲା କଂଗ୍ରେସ

ଏହା ମଧ୍ୟ ପଢନ୍ତୁ: IPL 2023 RR vs SRH: ଜୟପୁରରେ ରୋମାଞ୍ଚକର ମ୍ୟାଚ୍, ଶେଷ ବଲରେ ମ୍ୟାଚ ଛଡ଼ାଇ ଆଣିଲା ହାଇଦ୍ରାବାଦ

ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ତେବେ କଣ ପାଇଁ ଜଣେ ସମିତିସଭ୍ୟଙ୍କୁ ହତ୍ୟା କରାଗଲା, କିଏ ହତ୍ୟାକଲା, ବ୍ୟକ୍ତିଗତ ଶତ୍ରୁତା, ରାଜନୈତିକ ଶତ୍ରୁତା ନା ଏହା ପଛରେ ଆଉ କିଛି କାରଣ ରହିଛି ସେନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ତେବେ ପୂର୍ବ ଶତ୍ରୁତା ପାଇଁ ହିଁ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଚର୍ଚ୍ଚା ହେଉଛି । ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଥାନାକୁ ନେଇ ପଚରାଉଚରା କରୁଥିବା ଜଣାପଡିଛି । ଜଣକୁ ସନ୍ଦେହ କରି ଥାନା ଭିତରେ ପୋଲିସ ପଚରାଉଚରା ଜାରି ରଖିଥିବା ବେଳେ ଅନ୍ୟ ୨ଜଣଙ୍କୁ ଅଟକ ରଖିଛି ପୋଲିସ । ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରି ନଥିବା ବେଳେ ଗ୍ରାମର କିଛି ଲୋକ ହତ୍ୟା କରିଥିବା ନେଇ ତାଙ୍କ ପୁଅ ଅଭିଯୋଗ କରିଛନ୍ତି । ବ୍ୟବଚ୍ଛେଦ ରିପୋର୍ଟ ସହ ତଦନ୍ତ ଶେଷ ହେବାପରେ ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିବ ।

ଇଟିଭି ଭାରତ, ଢେଙ୍କାନାଳ

Last Updated : May 8, 2023, 1:48 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.