ETV Bharat / state

ପାଣି ପମ୍ପ ଅପରଟେରକୁ ମାଡ଼ ମାରିବା ଘଟଣା: ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ କବଜାରେ ପୋଲିସ - ଉତ୍ୟକ୍ତ ଗ୍ରାମବାସୀଙ୍କ କବଜାରେ ପୋଲିସ

ଢେଙ୍କାନାଳ ସଦର ଥାନା ଇନ୍ଦିପୁର ଗ୍ରାମରେ ବ୍ୟାପକ ଉତ୍ତେଜନା । ପାଣି ପମ୍ପ ଅପରେଟରକୁ ମାଡ଼ ମାରିବା ଘଟଣାରେ ଟାଳଟୁଳ ନୀତିରୁ ପୋଲିସ ଭ୍ୟାନ ସହ ସଦର ଥାନା ପୋଲିସକୁ ଦୀର୍ଘ ୬ ଘଣ୍ଟା ଘେରାଉ କରି ରଖିଲେ ଉତ୍ତ୍ୟକ୍ତ ଇନ୍ଦିପୁର ଗ୍ରାମବାସୀ । ଅଧିକ ପଢନ୍ତୁ...

ଉତ୍ୟକ୍ତ ଗ୍ରାମବାସୀଙ୍କ କବଜାରେ ପୋଲିସ
ଉତ୍ୟକ୍ତ ଗ୍ରାମବାସୀଙ୍କ କବଜାରେ ପୋଲିସ
author img

By

Published : May 22, 2021, 5:26 PM IST

ଢେଙ୍କାନାଳ: ଢେଙ୍କାନାଳ ସଦର ଥାନା ଇନ୍ଦିପୁର ଗ୍ରାମରେ ବ୍ୟାପକ ଉତ୍ତେଜନା । ପାଣି ପମ୍ପ ଅପରେଟରକୁ ମାଡ଼ ମାରିବା ଘଟଣାରେ ଟାଳଟୁଳ ନୀତିରୁ ପୋଲିସ ଭ୍ୟାନ ସହ ସଦର ଥାନା ପୋଲିସକୁ ଦୀର୍ଘ ୬ ଘଣ୍ଟା ଘେରାଉ କରି ରଖିଲେ ଉତ୍ତ୍ୟକ୍ତ ଇନ୍ଦିପୁର ଗ୍ରାମବାସୀ ।

ଗ୍ରାମବାସୀଙ୍କ ପାଇପ ଲାଇନ ପାଣି ଯୋଗାଇବାକୁ ନେଇ ବିବାଦରୁ ଜଣେ ପମ୍ପ ଅପରଟେରକୁ ମାଡ ମାରିବା ଘଟଣା ଜଟିଳ ରୂପ ନେଇଛି । ଏପରିକି ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ପୋଲିସର ଟାଳ ଟୁଳ ନୀତି ଯୋଗୁଁ ଢେଙ୍କାନାଲ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଇନ୍ଦିପୁର ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି ।

ଉତ୍ୟକ୍ତ ଗ୍ରାମବାସୀଙ୍କ କବଜାରେ ପୋଲିସ

ଗ୍ରାମକୁ ଯାଇଥିବା ସଦର ଥାନା ଅଧିକାରୀ ସବିତା ପାତ୍ରଙ୍କ ସମେତ ତାଙ୍କ ପୋଲିସ କର୍ମଚାରୀ ଓ ପୋଲିସ ଭ୍ୟାନକୁ ଘେରାଉ କରି ରଖିଥିଲେ ଉତ୍ୟକ୍ତ ଇନ୍ଦିପୁର ଗ୍ରାମବାସୀ । ଫଳରେ ଉତ୍ତେଜନା ବଢ଼ିବାରେ ଲାଗିଥିଲା । ଗ୍ରାମର ଉଭୟ ଉତ୍ୟକ୍ତ ପୁରୁଷ ଓ ମହିଳା ଗାଁ ଚାରିପଟକୁ ପଥର ଥୋଇ ବାଉଁଶ ବାନ୍ଧି ସିଲ କରିଦେଇଥିଲେ । ଗରା, ହାଣ୍ଡି, ମାଠିଆ ଆଦି ଚାରିପଟେ ଥୋଇ ମଝିରେ ପୋଲିସକୁ କବଜା କରି ରଖିଥିଲେ ।

ସୂଚନା ମୁତାବକ, ପାଣି ଯୋଗାଇବାକୁ ନେଇ ବିବାଦରୁ ଇନ୍ଦିପୁର ଗ୍ରାମକୁ ପାଇପ ପାଣି ଯୋଗାଉଥିବା ପମ୍ପ ହାଉସ ଅପରେଟର ଦିବାକର ସାହୁଙ୍କୁ ନୂଆ ସାହିର ତିନି ଜଣ ଯୁବକ ମାଡ଼ ମାରିଥିଲେ । ଯାହାକୁ ନେଇ ପମ୍ପ ଅପରେଟର ସଦର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ପାଲଟା ପମ୍ପ ହାଉସ ଡ୍ରାଇଭର ଦିବାକରଙ୍କ ଉପରେ ହାକିମାତି କରିଥିଲା ।

ଏହାକୁ ନେଇ ଗ୍ରାମ ସଭାରେ କଥା ପଡିବାରୁ ଗ୍ରାମବାସୀ ଏକଜୁଟ ହୋଇଥିବାବେଳେ ଅଭିଯୁକ୍ତଙ୍କୁ ଡାକି ପଚାରିବା ପାଇଁ ପ୍ରସ୍ତୁତି କରିଥିଲେ । ଏପରି ସ୍ଥଳେ ଶନିବାର ସଦର ଥାନା ଅଧିକାରୀ ସବିତା ପାତ୍ର ପୋଲିସ ଟିମ୍ ସହ ଗ୍ରାମକୁ ଆସି ଅଭିଯୁକ୍ତଙ୍କୁ ଗିରଫ ବଦଳରେ ତାଙ୍କ ଘରକୁ ସୁରକ୍ଷା ଦେଇଥିଲେ ବୋଲି ଅଭିଯୋଗ ହୋଇଛି।

ଫଳରେ ଗ୍ରାମବାସୀ ପୋଲିସର ଏତାଦୃଶ କାର୍ଯ୍ୟକଳାପ ନେଇ ଏପରି ଉତ୍ତେଜିତ ହୋଇଥିଲେ ବୋଲି ଜଣାପଡିଛି । ପରେ ସଦର ଥାନା ଅଧିକାରିଣୀ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବାରୁ ଉତ୍ତେଜନା ଥମିବା ସହ ପୋଲିସ ଗାଡିକୁ ଛାଡିଥିବା ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.