ETV Bharat / state

ପୁଲିସ ଓ ମଦ ବେପାରୀ ଛକା ପଞ୍ଝା, ଦୁଇ ପୋଲିସ କର୍ମଚାରୀ ଆହତ

author img

By

Published : Aug 30, 2022, 10:22 PM IST

ଜବତ ହେଲା ବେଆଇନ ଭାବେ ବିକ୍ରି ହେଉଥିବା ମଦ । ଗିରଫ ହେଲା ମଦ ବେପାରୀ । ଜବତ ହେଲା ବୋଲେରୋ । ଅଧିକ ପଢ଼ନ୍ତୁ

ପୁଲିସ ଓ ମଦ ବେପାରୀ ଛକା ପଞ୍ଝା, ଦୁଇ ପୋଲିସ କର୍ମଚାରୀ ଆହତ
ପୁଲିସ ଓ ମଦ ବେପାରୀ ଛକା ପଞ୍ଝା, ଦୁଇ ପୋଲିସ କର୍ମଚାରୀ ଆହତ

ଢେଙ୍କାନାଳ : ଢେଙ୍କାନାଳ ଟାଉନ ପୁଲିସ ଓ ମଦ ବେପାରୀ ମଧ୍ୟରେ ଛକା ପଞ୍ଝା । ଶେଷରେ ଦେଶୀ ମଦ ବୋଝେଇ ବୋଲେରୋକୁ ଜବତ କରିଛି ପୋଲିସ । ବୋଲେରୋରୁ ବ୍ଲାଡ଼ର ଭର୍ତ୍ତି ଏକ ହଜାର ଲିଟର ମଦ ଓ ଖଣ୍ଡା ଜବତ କରିଛି । ଏହି ଘଟଣାରେ ପୋଲିସ ଲକ୍ଷ୍ମୀ ବଜାରର ଶିବ ନାରାୟଣ ବେହେରାକୁ ଧରିଥିବା ବେଳେ ଅନ୍ୟଜଣେ ଫେରାର ଅଛି । ପୋଲିସର ଏହି ଧରପଗଡ଼ ବେଳେ ପୋଲିସ ଉପରେ ଆକ୍ରମଣ ହୋଇଥିବା ଜଣାଯାଇଛି । ସେପଟେ ବୋଲେରୋ ଗାଡିର କାଚ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।

ଏକ ଚୋରା ଦେଶୀ ମଦ ବୋଝେଇ ବୋଲେରୋକୁ ଧରିବା ପାଇଁ ଢେଙ୍କାନାଳ ଟାଉନ ପୁଲିସ ଓ ମଦ ବେପାରୀଙ୍କ ଛକା ପଞ୍ଝା ହୋଇଥିଲା । ଫଳରେ ଟାଉନ ଥାନାର ସବ ଇନ୍ସପେକ୍ଟର ଚନ୍ଦ୍ରକାନ୍ତ ସେଠୀ ଓ ସୌମ୍ୟ ରଞ୍ଜନ ସାହୁ ନାମକ ଜଣେ କନେଷ୍ଟବଳ ଆହତ ହୋଇଛନ୍ତି । ଟାଉନ ପୁଲିସ ଢେଙ୍କାନାଳ ସହରର ବାଜିଚୌକ ଅଞ୍ଚଳରୁ ଅଭିଯୁକ୍ତକୁ ଗୋଡ଼ାଇ ଗୋଡ଼ାଇ ସଦର ଥାନା ରାଧାଦେଇପୁର ନିକଟରେ କାବୁ କରିଥିଲା ।

ତେବେ ଗାଡ଼ିରେ ଥିବା ଅନ୍ୟ ଜଣେ ମଦ ବେପାରୀ ଫେରାର ହୋଇଯାଇଥିବା ଜଣାପଡିଛି । ପୋଲିସ ବୋଲେରୋରୁ ବ୍ଲାଡ଼ରରେ ଭର୍ତ୍ତି ଏକ ହଜାର ଲିଟର ଦେଶୀ ମଦ ଓ ଏକ ଖଣ୍ଡା ଜବତ କରିଛି । ସୂଚନାନୁସାରେ ଏହି ଦେଶୀ ମଦ ବୋଝେଇ ବୋଲେରୋ ଆଠଗଡ଼ ଅଞ୍ଚଳରୁ ଯାଜପୁର ରୋଡ଼ ଅଞ୍ଚଳକୁ ଯାଉଥିଲା । ଗୁଇନ୍ଦା ସୁତ୍ରରୁ ସୂଚନାପାଇ ଢେଙ୍କାନାଳ ଟାଉନ ପୁଲିସ ଛକିରହି ଗୋଡ଼ାଇଥିଲା ମଦ ବେପାରୀକୁ ।

ତେବେ ରାଧାଦେଇପୁର ଅଞ୍ଚଳରେ ପୁଲିସକୁ ପାଲଟା ଆକ୍ରମଣ କରିଥିଲେ ଏହି ମଦ ବେପାରୀ । ଫଳରେ ପୁଲିସ ଓ ମଦ ବେପାରୀଙ୍କ ମଧ୍ୟରେ ଛକା ପଞ୍ଝା ହେବା ସହ ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ପୁଲିସ କାବୁ ଅଭିଯୁକ୍ତକୁ କରିବାରେ ସକ୍ଷମ ହୋଇଥିବା ଜଣାପଡିଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.