ETV Bharat / state

ସ୍ଵତନ୍ତ୍ର ରାଜସ୍ୱ ଗ୍ରାମ ମାନ୍ୟତା ଦାବିରେ ଜାତୀୟ ରାଜପଥ ଅବରୋଧ - ସ୍ଵତନ୍ତ୍ର ରାଜସ୍ୱ ଗ୍ରାମ ମାନ୍ୟତା ଦାବିରେ ରାସ୍ତାରୋକ

ଢେଙ୍କାନାଳ ଜିଲ୍ଲାର ରଙ୍ଗଥଳି ଛକ ଦେଇ ଯାଇଥିବା 149 ନମ୍ବର ଜାତୀୟ ରାଜପଥକୁ ସ୍ଵତନ୍ତ୍ର ରାଜସ୍ୱ ଗ୍ରାମ ମାନ୍ୟତା ଦାବିରେ ଅବରୋଧ କରାଯାଇଛି । ଅଧିକ ପଢନ୍ତୁ...

Dhenkanal National highway blocked by locals on demanding revenue village
ସ୍ଵତନ୍ତ୍ର ରାଜସ୍ୱ ଗ୍ରାମ ମାନ୍ୟତା ଦାବିରେ ଜାତୀୟ ରାଜପଥ ଅବରୋଧ
author img

By

Published : Nov 23, 2020, 4:43 PM IST

ଢେଙ୍କାନାଳ: ଜିଲ୍ଲାର ରଙ୍ଗଥଳି ଛକ ଦେଇ ଯାଇଥିବା 149 ନମ୍ବର ଜାତୀୟ ରାଜପଥକୁ ଦାଦରାଘାଟି ବିସ୍ଥାପିତ ପ୍ରଜାମାନେ ଅବରୋଧ କରିଛନ୍ତି । ତେବେ ସ୍ବତନ୍ତ୍ର ରାଜସ୍ବ ଗ୍ରାମ ମାନ୍ୟତା ଦାବିରେ ସେମାନେ ସୋମବାର ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିବା ଜଣାପଡିଛି ।

ସ୍ଵତନ୍ତ୍ର ରାଜସ୍ୱ ଗ୍ରାମ ମାନ୍ୟତା ଦାବିରେ ଜାତୀୟ ରାଜପଥ ଅବରୋଧ

ଜିଲ୍ଲାର ପରଜଙ୍ଗ ତହସିଲ ଅନ୍ତର୍ଗତ ଦାଦରାଘାଟି ଜଳ ସେଚନ ପ୍ରକଳ୍ପ ଦ୍ଵାରା ବିସ୍ଥାପିତଙ୍କୁ ସ୍ଵତନ୍ତ୍ର ରାଜସ୍ୱ ଗ୍ରାମ ମାନ୍ୟତା ଦିଆଯାଉନାହିଁ । ଏହାସହିତ ସେହି ଅଞ୍ଚଳର ଲୋକମାନଙ୍କୁ ଅନ୍ୟାନ୍ୟ ସୁବିଧା ସୁଯୋଗ ମଧ୍ୟ ଯୋଗାଇ ଦିଆଯାଉନାହିଁ । ଏଥିଲାଗି ଦାଦରାଘାଟି ବିସ୍ଥାପିତ ପ୍ରଜାମାନେ ରାସ୍ଥା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ସ୍ଥାୟୀ ଜମି ପଟ୍ଟା ସହ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ସେମାନେ ଦାବି କରିଛନ୍ତି । ଜାତୀୟ ରାଜପଥକୁ ଅବରୋଧ କରିବା ଫଳରେ ଗାଡି ଚଳାଚଳରେ ବାଧାପ୍ରାପ୍ତ ହୋଇଥିଲା । ଏ ସଂପର୍କରେ ଖବର ପାଇ ଘଟଣାସ୍ଥଳରେ ପରଜଙ୍ଗ ପୋଲିସଙ୍କ ସହ ତହସିଲଦାର ପହଞ୍ଚି ବୁଝାସୁଝା ଜାରି ରଖିଥିବା ସୂଚନା ମିଳିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.