ETV Bharat / state

ସାଉଣ୍ଡ ବକ୍ସ ଲଗାଇବାକୁ ନେଇ ହତ୍ୟାକାଣ୍ଡ, ଅଭିଯୁକ୍ତ 2 ଭାଇ ଗିରଫ

author img

By ETV Bharat Odisha Team

Published : Jan 4, 2024, 7:14 AM IST

Dhenkanal Murder Case: ଢେଙ୍କାନାଳ କୁମ୍ଭାର ସାହିରେ କାଠ ଫାଳିଆରେ ହତ୍ୟା ଘଟଣା ମୁଖ୍ୟ ଅଭିଯୁକ୍ତ ଦୁଇ ଭାଇ ଗିରଫ । ଅଭିଯୁକ୍ତ ଦୁଇଜଣ ହେଲେ ଜିତେନ୍ଦ୍ର ବେହେରା ଓ ଅନ୍ୟ ଜଣେଙ୍କ ଗଗନ ବେହେରା ବୋଲି ଜଣାପଡିଛି । ଅଧିକ ପଢନ୍ତୁ

ସାଉଣ୍ଡ ବକ୍ସ ଲଗାଇବାକୁ ନେଇ ହତ୍ୟାକାଣ୍ଡ , ଅଭିଯୁକ୍ତ ଦୁଇ ଭାଇ ଗିରଫ

ଢେଙ୍କାନାଳ: ସାମାନ୍ୟ ସାଉଣ୍ଡ ବକ୍ସ ଲଗାଇବାକୁ ନେଇ ଢେଙ୍କାନାଳରେ ଜଘନ୍ୟ କାଣ୍ଡ ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ । ସହରର ମୀନା ବଜାର କୁମ୍ଭାର ସାହିରେ କାଠ ଫାଳିଆରେ ଆକ୍ରମଣ ଯୋଗୁଁ ଜଣଙ୍କର ମୃତ୍ୟୁକୁ ନେଇ ମଙ୍ଗଳବାର ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ମୃତକଙ୍କ ପରିବାର ଓ ତାଙ୍କ ସମ୍ପର୍କୀୟମାନେ ମୃତଦେହକୁ ଢେଙ୍କାନାଳ ଟାଉନ ଥାନା ସମ୍ମୁଖରେ ରଖି ଥାନା ଘେରାଉ କରିଥିଲେ । ଏହି ଘଟଣାରେ ପୋଲିସ ହତ୍ୟା ଅଭିଯୁକ୍ତ ଦୁଇ ଭାଇଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ ଜଣେ କୋର୍ଟରେ ଆତ୍ମ ସମର୍ପଣ କରିଛି ।

ଅଭିଯୁକ୍ତ ଦୁଇ ଜଣ ହେଲେ ଜିତେନ୍ଦ୍ର ବେହେରା ଓ ତା' ଭାଇ ଗଗନ ବେହେରା । ସେମାନଙ୍କ ଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ କାଠ ଫାଳିଆକୁ ମଧ୍ୟ ଜବତ କରିଛି ପୋଲିସ । ଜିତେନ୍ଦ୍ରକୁ କୋର୍ଟ ଚାଲାଣ କରାଯାଇଥିବାବେଳେ ଆତ୍ମ ସମର୍ପଣ କରିଥିବା ଗଗନକୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିଛି ପୋଲିସ । ଗତ ୨୫ ତାରିଖରେ ଦୁଇ ଭାଇ ଦାଶରଥୀ ସେଠୀ ନାମକ ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ।

ସୂଚନାଯୋଗ୍ୟ, ଗତ ୨୫ ତାରିଖରେ ଏହି ଅଭିଯୁକ୍ତ ନିଜ ଘର ପାଖ ଅର୍ଥାତ ସହରର ମୀନା ବଜାର କୁମ୍ଭାର ସାହିରେ ଭଡା ଘରେ ରହୁଥବା ଦାଶରଥୀ ସେଠୀ ନାମକ ଜଣେ ବ୍ୟକ୍ତିଙ୍କୁ କାଠ ଫାଳିଆରେ ମରଣାନ୍ତକ ଆକ୍ରମଣ କରିଥିଲେ । ଦାଶରଥୀଙ୍କ ପୁଅ ଜନ୍ମଦିନ ପାଇଁ ସାଉଣ୍ଡ ବକ୍ସ ବଜାଇବାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଯୋଗୁଁ ଏହି ଆକ୍ରମଣ ହୋଇଥିଲା । ପରେ କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଦଶରଥୀଙ୍କର ମୃତ୍ୟୁ ଘଟିଥିଲା । ହେଲେ ଏହି ଘଟଣାରେ ଅଭିଯୁକ୍ତ ଦୁଇ ଭାଇଙ୍କୁ ପୋଲିସ ଥାନାକୁ ଆଣି ଛାଡି ଦେଇଥିଲା ।

ଏହା ମଧ୍ୟ ପଢନ୍ତୁ.....ହତ୍ୟା ଅଭିଯୁକ୍ତଙ୍କ ଗିରଫ ଦାବି, ଥାନା ଆଗରେ ମୃତଦେହ ରଖି ଧାରଣା

ଏହାକୁ ନେଇ ମୃତକଙ୍କ ପରିବାର ଲୋକେ ମୃତଦେହକୁ ଥାନା ସମ୍ମୁଖରେ ରଖି ପ୍ରତିବାଦ କରିଥିଲେ । ଏପରିକି ଥାନା ଘେରାଉ କରିବା ଯୋଗୁଁ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ୟକ୍ତ ଲୋକମାନେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫଦାରୀ ଦାବି କରିଥିଲେ । ପୋଲିସ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଗଗନ ବେହେରା ନାମକ ଜଣେ ଅଭିଯୁକ୍ତଙ୍କୁ ଆଣି ଥାନାରେ ଅଟକ ରଖିଥିଲା । ଅନ୍ୟ ଅଭିଯୁକ୍ତକୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ପରେ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥାଲା । ଏବେ ଦୁଇ ଜଣଯାକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.