ଢେଙ୍କାନାଳ: ବଢିଚାଲିଛି ମହାମାରୀ କୋରୋନାର ପ୍ରକୋପ । ମହାମାରୀକୁ ପ୍ରତିହତ କରିବା ପାଇଁ ଆଗଧାଡିର ଯୋଦ୍ଧା ସାଜି ଦିନ ରାତି ନିଜ କର୍ତ୍ତବ୍ୟରେ ଲାଗିଛନ୍ତି ଡାକ୍ତର ଓ ନର୍ସ । ତେବେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କୋରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ଏମାନଙ୍କୁ ଉପହାର ପ୍ରଦାନ କରିଛନ୍ତି ସାଂସଦ ମହେଶ ସାହୁ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମସ୍ତ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀମାନଙ୍କୁ ସାଂସଦ ଉପହାର ଦେଇ ସମ୍ମାନିତ କରିଥିଲେ । ଏହା ପରେ ସେ ଜିଲ୍ଲା ଚିକିତ୍ସାଳୟ ବୁଲି ଦେଖିଛନ୍ତି । ଏହି କାର୍ଯ୍ୟକ୍ରମରେ ସିଡଏମଓ ନିରଞ୍ଜନ ମିଶ୍ର, ହିନ୍ଦୋଳ ବ୍ଳକ ଅଧ୍ୟକ୍ଷ ପ୍ରିୟ ରଞ୍ଜନ ମାହୁନ୍ତ, ରୁଚି କମ୍ପାନୀର ମୁଖ୍ୟ ଉଲ୍ଲାସ କୁମାର ବେଉରା ଏବଂ ପୂର୍ବତନ ପୌରାଧ୍ୟକ୍ଷ ସୁଧାଂଶୁ ଦଳେଇ ସହଯୋଗ କରିଥିଲେ ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ