ETV Bharat / state

କଙ୍କଡାହାଡ ଶିଶୁ ଦୁଷ୍କର୍ମ ଓ ହତ୍ୟା ମାମଲା: ଘଟଣାସ୍ଥଳରେ ଏସପି, ପରିବାରକୁ ଭେଟିଲା କଂଗ୍ରେସ

author img

By

Published : Nov 15, 2020, 1:27 AM IST

ଢେଙ୍କାନାଳ କଙ୍କଡାହାଡ ଶିଶୁ ଦୁଷ୍କର୍ମ ଓ ହତ୍ୟା ମାମଲା । ପୀଡିତାଙ୍କ ପରିବାରକୁ ଭେଟିଲେ ଏସପି । ସେପଟେ ଜିଲ୍ଲା ମହିଳା କଂଗ୍ରେସର ଟିମ୍‌ ମଧ୍ୟ ପରିବାରକୁ ଭେଟି ଜଣାଇଲା ସମବେଦନା । ଅଧିକ ପଢନ୍ତୁ...

କଙ୍କଡାହାଡ ଶିଶୁ ଦୁଷ୍କର୍ମ ଓ ହତ୍ୟା ମାମଲା
କଙ୍କଡାହାଡ ଶିଶୁ ଦୁଷ୍କର୍ମ ଓ ହତ୍ୟା ମାମଲା

ଢେଙ୍କାନାଳ: କଙ୍କଡାହାଡ ଅଞ୍ଚଳରେ ଜଣେ 5ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ପଥରରେ ଛେଚି ହତ୍ୟା କରିବା ମାମଲାରେ ଢେଙ୍କାନାଳ ଏସପି ତଦନ୍ତ ଆରମ୍ଭ କରିଛନ୍ତି । ଘଟଣାସ୍ଥଳରେ ଏସପି ଜଗମୋହନ ମିନା ପହଞ୍ଚିବା ସହ ପୀଡିତାଙ୍କ ପରିବାରକୁ ଭେଟିଛନ୍ତି ।

କଙ୍କଡାହାଡ ଶିଶୁ ଦୁଷ୍କର୍ମ ଓ ହତ୍ୟା ମାମଲା

ତେବେ ମାମଲାରେ କାମାକ୍ଷାନଗର ଏସଡିପିଓଙ୍କ ନେତୃତ୍ବରେ ଟିମ୍‌ ଗଠନ କରାଯାଇ ଅନୁସନ୍ଧାନ ଜାରି ରହିଛି ବୋଲି ଏସପି କହିଛନ୍ତି । ଯେଉଁମାନଙ୍କ ଉପରେ ପରିବାର ଲୋକଙ୍କ ସନ୍ଦେହ ରହିଛି, ସେମାନଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଥିବା ସେ ଜଣାଇଛନ୍ତି ।

ସେପଟେ ଜିଲ୍ଲା ମହିଳା କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳୀ ପୀଡିତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । ଏହାସହ ଦୋଷୀ କିପରି ଦଣ୍ଡ ପାଇବ ସେନେଇ ଏସପିଙ୍କ ସହ ଆଲୋଚନା କରିଛନ୍ତି ।

ଶୁକ୍ରବାର ଘଟଣାସ୍ଥଳକୁ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ଆସିଥିବାବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସମ୍ପୂର୍ଣ୍ଣ ତଥ୍ୟ ଜଣାପଡିବ ବୋଲି କୁହାଯାଉଛି । ସୂଚନାଥାଉକି, ଘଟଣାରେ ପୋଲିସ କାହାରିକୁ ବି ଗିରଫ କରିନଥିବାବେଳେ 5 ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.