ETV Bharat / state

Chandrayaan-3 Success: ଇସ୍ରୋ ବୈଜ୍ଞାନିକ ଦଳରେ ଭୁବନ ମାଟିର ପୁଅ - ଇସ୍ରୋ ବୈଜ୍ଞାନିକ ଦଳରେ ଓଡ଼ିଆ ବୈଜ୍ଞାନିକ

ଇସ୍ରୋ ବୈଜ୍ଞାନିକଙ୍କ ମଧ୍ୟରେ ଅଛନ୍ତି ଭୁବନ ମାଟିର ପୁଅ ଶରତ ଚନ୍ଦ୍ର ଦାଶ । ଚନ୍ଦ୍ରଯାନ-୩ ସଫଳ ପରେ ପରିବାରକୁ ଛୁଟିଲା ଶୁଭେଚ୍ଛାର ସୁଅ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Aug 24, 2023, 8:17 PM IST

ଇସ୍ରୋ ବୈଜ୍ଞାନିକ ଦଳରେ ଭୁବନ ମାଟିର ପୁଅ

ଢେଙ୍କାନାଳ: ଭାରତର ୩ୟ ମୁନ୍‌ ମିଶନ ଗତକାଲି ସଫଳତା ହାସଲ କରିଛି । ଏ ନେଇ ସାରା ଦେଶରେ ଖୁସିର ଲହରୀ । ଏହି ମିଶନର ଟିମରେ ଥିବା ବୈଜ୍ଞାନିକଙ୍କୁ ମଧ୍ୟ ଶୁଭେଚ୍ଛାର ସୁଅ ଛୁଟୁଛି । ଚନ୍ଦ୍ରଯାନ-୩ ମିଶନର ଇସ୍ରୋ ବୈଜ୍ଞାନିକଙ୍କ ମଧ୍ୟରେ ରହିଛନ୍ତି ଭୁବନ ମାଟିର ପୁଅ ଡକ୍ଟର ଶରତ ଚନ୍ଦ୍ର ଦାଶ । ଏହି ମିଶନ ସଫଳ ହେବା ପରେ ଏବେ ଜିଲ୍ଲା ସମେତ ଅଞ୍ଚଳବାସୀ ଶରତଙ୍କୁ ନେଇ ବେଶ ଗର୍ବିତ ।

ଭୁବନ ମାଟିର ପୁଅ ଶରତ ଚନ୍ଦ୍ର ଦାଶ
ଭୁବନ ମାଟିର ପୁଅ ଶରତ ଚନ୍ଦ୍ର ଦାଶ

ଗତକାଲୀ ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରଯାନ-୩ ସଫଳତାର ସହିତ ଚନ୍ଦ୍ରରେ ଅବତରଣ କରିଛି । ଇସ୍ରୋରେ ସାମିଲ ଥିବା ୧୬ ହଜାରରୁ ଊର୍ଦ୍ଧ୍ବ ବୈଜ୍ଞାନିକମାନଙ୍କର ୪ ବର୍ଷର ଅକାଳ ପରିଶ୍ରମର ସୁଫଳ ମିଳିଛି । ଚନ୍ଦ୍ରର ଦକ୍ଷିଣମେରୁରେ ପ୍ରଥମ ଦେଶ ଭାବରେ ଭାରତ ପହଞ୍ଚି ପାରିଛି । ଇସ୍ରୋର ୧୬ ହଜାର ବୈଜ୍ଞାନିକମାନଙ୍କ ମଧ୍ୟରେ ସାମିଲ ଥିଲେ ଭୁବନ ବ୍ଲକ ମାର୍ଥାପୁର ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ଡକ୍ଟର ଶରତ ଚନ୍ଦ୍ର ଦାଶ । ଗୋବିନ୍ଦପୁର ଗ୍ରାମର ଗୋବିନ୍ଦ ଚନ୍ଦ୍ର ଦାଶ ଓ ସୁଲୋଚନା ଦାଶଙ୍କର ବଡ଼ ପୁଅ ହେଉଛନ୍ତି ଶରତ ଚନ୍ଦ୍ର ଦାଶ ।

ଏହା ବି ପଢନ୍ତୁ- ଚନ୍ଦ୍ରଯାନ-3 ମିଶନରେ ଓଡ଼ିଆ ପୁଅଙ୍କ କମାଲ, ସୁଶୀଲ ଓ ଶୁଭାଶିଷଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ନିଜ ଗ୍ରାମ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରି ତାଳଚେରରେ ବାପାଙ୍କ ପାଖରେ ରହି ପାଠ ପଢିଥିଲେ । ତୁଳସୀ ଦୁଇ ପତ୍ରରୁ ବାସିବା ପରି ଯୁକ୍ତ ଦୁଇ ଭୁବନେଶ୍ବରସ୍ଥିତ ବିଜେପି ମହାବିଦ୍ୟାଳୟ, ଯୁକ୍ତ ତିନି ଢେଙ୍କାନାଳ ସରକାରୀ ମହାବିଦ୍ୟାଳୟରେ ଅଧ୍ୟୟନ କରିବା ପରେ NIIT RKL PG କରିବା ସହିତ JRF IIT GOUHATI, ESSROରେ ଅଧ୍ୟୟନ କରି ସଫଳତା ପାଇଥିଲେ । ଆଜି ଭୁବନ ଅଞ୍ଚଳର ଜନସାଧାରଣଙ୍କୁ ସେ ଗୌରବାନ୍ବିତ କରିଛନ୍ତି । ଏଥିପାଇଁ ଭୁବନବାସୀ ବୈଜ୍ଞାନିକ ଶରତ ଚନ୍ଦ୍ର ଦାଶଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସୂଚନା ଥାଉ କି କେନ୍ଦ୍ରାପଡ଼ା ଜିଲ୍ଲାର ମଧ୍ୟ ୨ ଯୁବକ ଏହି ମିଶନର ଅଂଶ ସାଜିଛନ୍ତି । ଇସ୍ରୋରେ ବୈଜ୍ଞାନିକ ସୁଶୀଲ କୁମାର ନାୟକ ଫ୍ଲାଇଙ୍ଗ୍‌ ଜୋନ୍‌ରେ କାର୍ଯ୍ୟଭାର ନେଇବା ବେଳେ ଟେକ୍ନିସିଆନ ଭାବେ କାର୍ଯ୍ୟରତ ଖିଲେ ଶୁଭାଶିଷ ନାୟକ । ଶୁଭାଶିଷଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡେରାବିଶ ବ୍ଲକ ମୁକୁନ୍ଦପୁର ଗାଁରେ ହୋଇଥିବାବେଳେ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି । ସୁଶୀଲ ପଟ୍ଟାମୁଣ୍ଡାଇ ବ୍ଲକର ବାଲିଆ ଗ୍ରାମର ପୁଅ । କେନ୍ଦ୍ରାପଡ଼ାର ଏହି ୨ ଯୁବ ବୈଜ୍ଞାନିକଙ୍କୁ ନେଇ ଏବେ ସାରା ଜିଲ୍ଲା ଗର୍ବିତ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.