ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଜନଜାଗ୍ରତ ମଞ୍ଚ ପକ୍ଷରୁ ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଢେଙ୍କାନାଳରେ ମେଡିକାଲ କଲେଜ ସ୍ଥାପନ, ଡାକ୍ତରୀ ପଦବୀ ପୂରଣ, ପୁରାତନ ହସପିଟାଲକୁ ସିଟି ହସପିଟାଲ ମାନ୍ୟତା, ବିଦ୍ୟୁତ ବିଭାଗର ଅନ୍ୟାୟ ଓ ଅତ୍ୟାଚାର, ଦୂର୍ଗା ପ୍ରସାଦ ଗ୍ରାମକୁ ରାଜସ୍ବ ଗ୍ରାମ୍ୟ ମାନ୍ୟତା ଆଦି ଦାବି କରିଛି ଢେଙ୍କାନାଳ ଜିଲ୍ଲା ଜନଜାଗ୍ରତ ମଞ୍ଚ।
ବହୁଦିନ ଧରି ଏହିସବୁ ଦାବି କରି ଆସୁଥିଲା ଢେଙ୍କାନାଳ ଜିଲ୍ଲା ଜନଜାଗ୍ରତ ମଞ୍ଚ। ତେବେ ଦାବି ପୂରଣ ନହେବାରୁ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ଏହାପୂର୍ବରୁ ମଞ୍ଚ ପକ୍ଷରୁ ବାଜି ଚୌକଠାରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା।
ଢେଙ୍କାନାଳ ଜିଲ୍ଲାପାଳଙ୍କୁ ଦାବି ସମ୍ପର୍କିତ ଏକ ସ୍ମାରକ ପତ୍ର ପ୍ରଦାନ କରିଛି ଜନଜାଗ୍ରତ ମଞ୍ଚ। ଏହି କାର୍ଯ୍ୟକ୍ରମରେ ମଞ୍ଚର ସଭାପତି ସୁରେନ୍ଦ୍ର ଦଳେଇଙ୍କ ସହ ବରିଷ୍ଠ ଆଇନଜୀବୀ ଦିପ୍ତିଶ ପ୍ରସାଦ ପଟ୍ଟନାୟକ ଉପସ୍ଥିତ ରହିଥିଲେ । ଏହାବ୍ୟତୀତ ଦୁର୍ଗାପ୍ରସାଦ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏହି ବିକ୍ଷୋଭ ପ୍ରଦର୍ଶନରେ ଯୋଗଦେଇଥିଲେ ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ