ETV Bharat / state

ଲାଞ୍ଚ ନେଉଥିଲେ ଡାକ୍ତରବାବୁ, କାବୁ କଲା ଭିଜିଲାନ୍ସ

author img

By

Published : Jul 19, 2022, 5:47 PM IST

Updated : Jul 19, 2022, 7:33 PM IST

ଭିଜିଲାନ୍ସ କବଜାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର । ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ତାଙ୍କୁ କାବୁ କରିଛି । ଅଧିକ ପଢନ୍ତୁ

ଲାଞ୍ଚ ନେଉଥିଲେ ଡାକ୍ତରବାବୁ, କାବୁ କଲା ଭିଜିଲାନ୍ସ
ଲାଞ୍ଚ ନେଉଥିଲେ ଡାକ୍ତରବାବୁ, କାବୁ କଲା ଭିଜିଲାନ୍ସ

ଢେଙ୍କାନାଳ: ଭିଜିଲାନ୍ସ କବଜାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ କାର୍ଯ୍ୟରତ ଫରେନସିକ ମେଡ଼ିସିନ ଡାକ୍ତର ଉମାକାନ୍ତ ଖଜେରିଆ । ମୃତକଙ୍କ LIC କ୍ଲେମ ସାର୍ଟିଫିକେଟ ପାଇଁ ୧୧ହଜାର ଟଙ୍କା ଲାଞ୍ଚ ନେବାବେଳେ ତାଙ୍କୁ କାବୁ କରିଛି ଭିଜିଲାନ୍ସ ଟିମ । ଡାକ୍ତରଙ୍କ ସହ ତାଙ୍କ କାରକୁ ଭିଜିଲାନ୍ସ ଉଠାଇ ନେଇଥିବା ଜଣାପଡ଼ିଛି ।

ସେ ଲାଞ୍ଚ ନେଇଥିବା ରାସାୟନିକ ବୋଳା ୧୧ହଜାର ଟଙ୍କା ତାଙ୍କ ଠାରୁ ଭିଜିଲାନ୍ସ ଜବତ କରିଛି । କ୍ଲିନିକରୁ ଡାକ୍ତର ବାବୁଙ୍କ ସମେତ ତାଙ୍କର ଏକ କାରକୁ ମଧ୍ୟ ଉଠାଇ ନେଇଛି ଭିଜିଲାନ୍ସ । ଡାକ୍ତର ବାବୁ ଜଣକ ଏଲଆଇସି ଡେଥ୍‌ କ୍ଲେମ ସେଟଲ ଲାଗି ଆବଶ୍ୟକ ଡାକ୍ତରୀ ସାର୍ଟିଫିକେଟ ପାଇଁ ମୃତକ ପରିବାର ପାଇବାକୁ ଥିବା ମୋଟ ଟଙ୍କାର ଶତକଡା ୧୦ ପ୍ରତିଶତ ଲାଞ୍ଚ ନେଇଥାନ୍ତି ବୋଲି ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା ।

ଡାକ୍ତର ଉମାକାନ୍ତ ଖଜେରିଆ
ଡାକ୍ତର ଉମାକାନ୍ତ ଖଜେରିଆ

ତେବେ ଢେଙ୍କାନାଳ ସଦର ଥାନା ଚାଉଳିଆ ଗ୍ରାମର ମୃତା ନନ୍ଦିନୀ ନାୟକଙ୍କର ପରିବାର LIC ଡେଥ କ୍ଲେମ ବାବଦକୁ ପାଇବାକୁ ଥିବା ୧ଲକ୍ଷ ୧୦ହଜାର ଟଙ୍କାର ୧୦ପ୍ରତିଶତ ଅର୍ଥାତ ୧୧ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ଏହି ଲାଞ୍ଚୁଆ ଡାକ୍ତରବାବୁ । ଅଭିଯୋଗ ପାଇ ଆଜି କଟକ ଭିଜିଲାନ୍ସର ଏକ ଦଳ ଯୋଜନବଦ୍ଧ ଭାବେ ଛକି ବସିଥିବାବେଳେ ମୃତା ନନ୍ଦିନୀଙ୍କ ବୀମା କରିଥିବା ଏଜେଣ୍ଟ ବୈକୁଣ୍ଠ ଚରଣ ସାହୁଙ୍କ ଠାରୁ ଏହି ୧୧ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ କାବୁ କରିଥିଲା ଭିଜିଲାନ୍ସ । ଏହାସହ ତାଙ୍କ କାରରୁ ମଦ ବୋତଲ ସହ ନଗଦ ୧୦ ହଜାର ଟଙ୍କା ଜବତ କରାଯାଇଛି ।

ଇଟିଭି ଭାରତ, ଢେଙ୍କାନାଳ

Last Updated : Jul 19, 2022, 7:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.