ଢେଙ୍କାନାଳ: ଜିଲ୍ଲା ବିଜେପି ପକ୍ଷରୁ ରବିବାର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ପଞ୍ଚାୟତ ନିର୍ବାଚନକୁ ଆଖିଆଗରେ ରଖି ଜିଲ୍ଲାରେ ବିଜେପି କର୍ମୀଙ୍କୁ ସଂଗଠିତ ହେବାକୁ ରାଜ୍ୟ ସଭାପତି ଆହ୍ବାନ ଦେଇଥିଲେ ।
କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଓ ରାଜ୍ୟରେ ରାଜ୍ୟ ସରକାରଙ୍କ ପ୍ରଣୟନ ଯୋଜନା ଗୁଡିକର ବିଫଳତାକୁ ନେଇ ଗ୍ରାମାଞ୍ଚଳର ଲୋକଙ୍କ ପାଖକୁ ଯିବେ ବିଜେପି କର୍ମୀ । ଜିଲ୍ଲା ବିଜେପି ସଭାପତି ନରେଶ ମହାପାତ୍ରଙ୍କ ସଭାପତିତ୍ବରେ ଏହି ବୈଠକ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉପସଭାପତି ରୁଦ୍ର ନାରାୟଣ ପାଣି, ପ୍ରଭାତୀ ପରିଡା, ପୂର୍ବତନ ମନ୍ତ୍ରୀ ତଥା ହିନ୍ଦୋଳର ପୂର୍ବତନ ବିଧାୟିକା ଅଞ୍ଜଳି ବେହେରା ପ୍ରମୁଖ ବରିଷ୍ଠ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ