ETV Bharat / state

ଚଢ଼ାଉ କରିବାକୁ ଯାଇଥିଲେ DFO, ଆକ୍ରମଣ କଲେ ପଥର ମାଫିଆ

author img

By

Published : Dec 11, 2022, 12:05 PM IST

ବେଆଇନ୍‌ ପଥର ଖାଦାନ ଉପରେ ବନ ବିଭାଗର ଚଢାଉ ବେଳେ ପାଲଟା ଆକ୍ରମଣ କରିଲେ ପଥର ମାଫିଆ । ଢେଙ୍କାନାଳ ବନଖଣ୍ଡ ଅଧିକାରୀ ପ୍ରକାଶ ଚାନ୍ଦ ଗୋଗି ନେନି ଆହତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ଚଢ଼ାଉ କରିବାକୁ ଯାଇଥିଲେ ଡିଏଫଓ
ଚଢ଼ାଉ କରିବାକୁ ଯାଇଥିଲେ ଡିଏଫଓ

ଢେଙ୍କାନାଳ: ଚଢ଼ାଉ ବେଳେ ଡିଏଫଙ୍କୁ ପଥର ମାଫିଆଙ୍କ ଆକ୍ରମଣ । ଢେଙ୍କାନାଳ ବନଖଣ୍ଡ ଅଧିକାରୀ ପ୍ରକାଶ ଚାନ୍ଦ ଗୋଗି ନେନି ଆହତ ହୋଇଥିବା ସୂଚନା । ସଦର ଥାନା ପୋଲିସ ପକ୍ଷରୁ ୩ଜଣଙ୍କୁ ଅଟକ ରଖି ଛାନଭିନ ଜାରି ।

ଚଢ଼ାଉ କରିବାକୁ ଯାଇଥିଲେ ଡିଏଫଓ

ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅନ୍ତର୍ଗତ ସାନକୁରୁମଟାଙ୍ଗର ଅଞ୍ଚଳରେ ଘଟିଛି ଏହି ଅଭାନୀୟ ଘଟଣା । ଗତ ରାତି ପ୍ରାୟ ୧୨ଟା ପରେ ଏହି ଘଟଣା ଘଟିଛି । ପଥର ମାଫିଆଙ୍କ ଆକ୍ରମଣରେ ଢେଙ୍କାନାଳ ବନଖଣ୍ଡ ଅଧିକାରୀ ପ୍ରକାଶ ଚାନ୍ଦ ଗୋଗିନେନି ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ତେବେ ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ନେଇ ସୂଚନା ରହିଛି ।

ଏହା ମଧ୍ୟ ପଢନ୍ତୁ: ସିଲଭର ସିଟିର ନୂଆ ପିକନିକ୍ ସ୍ପଟ, କଟକ ଇନ କଟକରେ ଜମୁଛି ପର୍ଯ୍ୟଟକଙ୍କ ଭିଡ

ଏ ସଂକ୍ରାନ୍ତରେ ଡିଏଫଓଙ୍କ ପକ୍ଷରୁ ସଦର ଥାନାରେ ଅଭିଯୋଗ କରାଯାଇଛି । ଖବର ପାଇଁ ପୋଲିସ ଏକ ବାଇକ ଜବତ କରିବା ସହ ୩ ଜଣଙ୍କୁ ଅଟକ ରଖି ଛାନଭିନ ଆରମ୍ଭ କରିଛି । ଗତ ରାତିରେ ବନଖଣ୍ଡ ଅଧିକାରୀ ହାତୀ ଉପସ୍ଥିତି ନେଇ ନାଇଟ ପାଟ୍ରୋଲିଂ ପାଇଁ ସଦର ବନାଞ୍ଚଳ ଅନ୍ତର୍ଗତ କୁରୁମ ଟାଙ୍ଗର ଅଞ୍ଚଳକୁ ଯିବାବେଳେ ବେଆଇନ ଭାବେ ଖନନ କରି ପଥର ଚୋରା ଚାଲାଣ କରୁଥିବା ଏକ ପଥର ବୋଝେଇ ଟ୍ରକ ହାବୁଡ଼ରେ ପଡିଥିଲା । ଫଳରେ ପଥର ବୋଝେଇ ଟ୍ରକକୁ ଜବତ କରିବାବେଳେ କିଛି ପଥର ମାଫିଆ ତାଙ୍କୁ ଆକ୍ରମଣ କରି ପଥର ବୋଝେଇ ଟ୍ରକକୁ ନେଇ ପଳାଇଥିଲେ । ତେବେ ଜଣେ ପଥର ମାଫିଆ ଏକ ଇଟା ତାଙ୍କ ମୁଣ୍ଡକୁ ମାରିଦେବାରୁ ସେ ଆହତ ହୋଇଥିବା ସୂଚନା ରହିଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.