ଢେଙ୍କାନାଳ: ଜିଲ୍ଲାର ସିଭିଲ କୋର୍ଟକୁ ଆସନ୍ତା ୨୩ ତାରିଖ ଯାଏଁ ସିଲ୍ କରିଛି ଜିଲ୍ଲା ପ୍ରଶାସନ । କୋର୍ଟ ପରିସରରୁ 5 ଜଣ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।
ରାଜ୍ୟ ସମେତ ଜିଲ୍ଲାରେ ମଧ୍ୟ ଲକଡାଉନ ଓ ସପ୍ତାହନ୍ତ ସଟଡାଉନ ଜାରି ରହିଛି । ତଥାପି ମଧ୍ୟା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ସିଭିଲ କୋର୍ଟ ପରିସରରୁ 5 ଜଣ କୋଭିଡ ପଜିଟିଭ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜରୁରୀ ପଦକ୍ଷେପ ଗ୍ରହଣ କରାଯାଇଛି । ଏପରିକି ସିଭିଲ କୋର୍ଟ ପରିସରକୁ ରବିବାରଠାରୁ ୭ ଦିନ ପାଇଁ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ସିଲ ପାଇଁ ଘୋଷଣା କରିଛନ୍ତି । ଫଳରେ ସିଭିଲ କୋର୍ଟକୁ ସାନିଟାଇଜ କରାଯିବା ସହିତ ଆସନ୍ତା ୨୩ ତାରିଖ ଯାଏଁ ବନ୍ଦ ରହିବ ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ