ETV Bharat / state

ଆସନ୍ତାକାଲି ଶ୍ରାବଣର ପ୍ରଥମ ସୋମବାର, ଢେଙ୍କାନାଳର ଶୈବପୀଠକୁ କାଉଡିଆଙ୍କୁ ମନା

author img

By

Published : Jul 17, 2022, 8:04 PM IST

Updated : Jul 17, 2022, 9:08 PM IST

ଆସନ୍ତାକାଲି ଶ୍ରାବଣ ମାସର ପ୍ରଥମ ସୋମବାର । ଢେଙ୍କାନାଳର ଶୈବପୀଠକୁ କାଉଡ଼ିଆଙ୍କୁ ମନା । ଅଧିକ ପଢନ୍ତୁ

ଆସନ୍ତାକାଲି ଶ୍ରାବଣ ପ୍ରଥମ ସୋମବାର, ପୀଠକୁ କାଉଡିଆଙ୍କୁ ମନା

ଢେଙ୍କାନାଳ: ଆସନ୍ତାକାଲି ଶ୍ରାବଣ ମାସର ପ୍ରଥମ ସୋମବାର । ଫଳରେ ପ୍ରତ୍ୟେକ ବର୍ଷ ପରି ମାନସିକଧାରୀ କାଉଡ଼ିଆ ମାନେ ବିଭିନ୍ନ ଶୈବ ପୀଠ ମାନଙ୍କୁ ଜଳ ଲାଗି କରିଥାନ୍ତି । ମାତ୍ର ଚଳିତ ବର୍ଷ ଏହା ପ୍ରଥମ ସୋମବାର କପିଳାଶ ସମେତ ଢେଙ୍କାନାଳ ଜିଲ୍ଲାର ସମସ୍ତ ଶୈବପୀଠକୁ ଜଳ ଲାଗି ପାଇଁ କାଉଡ଼ିଆ ମାନଙ୍କୁ ବାରଣ କରାଯାଇଛି । ରାଜ୍ୟର ଅନ୍ୟତମ ପ୍ରମୁଖ ଶୈବପୀଠ ଢେଙ୍କାନାଳର କପିଳାଶକୁ କାଉଡ଼ିଆମାନଙ୍କ ସଂଖ୍ୟା ଟିକିଏ ଅଧିକା ହୋଇଥାଏ ।

ଆସନ୍ତାକାଲି ଶ୍ରାବଣର ପ୍ରଥମ ସୋମବାର, ଢେଙ୍କାନାଳର ଶୈବପୀଠକୁ କାଉଡିଆଙ୍କୁ ମନା

ମାତ୍ର ଚଳିତ ବର୍ଷ ପ୍ରଥମ ସୋମବାର କପିଳାଶ ସମେତ ଜିଲ୍ଲାର ସମସ୍ତ ଶୈବପୀଠକୁ ଜଳ ଲାଗି ପାଇଁ କାଉଡ଼ିଆ ମାନଙ୍କୁ ବାରଣ କରାଯାଇଛି । ରାଜ ପୁରୋଧା ପଞ୍ଚାନନ ମିଶ୍ରଙ୍କ ପରାମର୍ଶ କ୍ରମେ ଜିଲ୍ଲାପାଳ ଜିଲ୍ଲାର ସମସ୍ତ ଶୈବପୀଠ ଏହି ପ୍ରଥମ ସୋମବାର କାଉଡ଼ିଆ ମାନେ ଜଳ ଲାଗି କରିପାରିବେ ନାହିଁ ବୋଲି କଡା ନିର୍ଦ୍ଦେଶ ଜାରି କରିଛନ୍ତି । ରବିବାର କର୍କଟ ସଂକ୍ରାନ୍ତି ପଡୁଥିବାରୁ ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ୩ଦିନ ନଦୀ ରଜସ୍ପଳା ରହୁଥିବାରୁ ପାଣି ଅଶୁଦ୍ଧି ରହିଥାଏ ।

ଯେହେତୁ ଚଳିତ ବର୍ଷ ଶ୍ରାବଣର ପ୍ରଥମ ସୋମବାର ୧୮ତାରିଖରେ ପଡୁଛି ତେଣୁ ଶୈବ ପୀଠ ଗୁଡିକୁ ପ୍ରଥମ ସୋମବାର କାଉଡ଼ିଆଙ୍କୁ ବାରଣ କରାଯାଇଛି । ଫଳରେ ଏହି ପ୍ରଥମ ସୋମବାର କପିଳାଶ ସମେତ, ଉଗ୍ର ଶ୍ବର, ଦୌଡଶ୍ବର ଆଦି ଜିଲ୍ଲାର ସମସ୍ତ ଶୈବପୀଠ କାଉଡ଼ିଆଙ୍କୁ ନିଷେଧ ରହିଥିବା ଜଣାପଡିଛି ।

ଇଟିଭି ଭାରତ, ଢେଙ୍କାନାଳ

Last Updated : Jul 17, 2022, 9:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.