ETV Bharat / state

ଢେଙ୍କାନାଳ ଅତିରିକ୍ତ ଜିଲ୍ଲାପାଳଙ୍କ କୋଭିଡ ହସପିଟାଲ ପରିଦର୍ଶନ - ଢେଙ୍କାନାଳ କୋଭିଡ ହସ୍ପିଟାଲ ସ୍ଥିତି

ଢେଙ୍କାନାଳ ଜିଲ୍ଲାର କୋଭିଡ ହସ୍ପଟାଲ ପରିଦର୍ଶନ କରିଛନ୍ତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ସୌଦାମିନୀ ସେଠୀ । ଅତିରିକ୍ତ ଜିଲ୍ଲାପାଳ ଅଚାନକ ଗସ୍ତ କରି ରୋଗୀଙ୍କ ସୁବିଧା ଅସୁବିଧା ବାବଦରେ ପଚାରି ବୁଝିଛନ୍ତି । ଅଧିକ ପଢନ୍ତୁ...

ଢେଙ୍କାନାଳ ଅତିରିକ୍ତ ଜିଲ୍ଲାପାଳଙ୍କ କୋଭିଡ ହସପିଟାଲ ପରିଦର୍ଶନ

author img

By

Published : Oct 30, 2020, 8:38 PM IST

ଢେଙ୍କାନାଳ: ଢେଙ୍କାନାଳ ଅତିରିକ୍ତ ଜିଲ୍ଲାପାଳ ଅଚାନକ ଜିଲ୍ଲାର କୋଭିଡ ହସ୍ପିଟାଲ ପରିଦର୍ଶନ କରିଛନ୍ତି । ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ସୌଦାମିନୀ ସେଠୀ କୋଭିଡ ହସ୍ପିଟାଲ ପରିଦର୍ଶନ କରି ଚିକିତ୍ସିତ ହେଉଥିବା କୋରୋନା ଆକ୍ରାନଙ୍କ ସମସ୍ୟା ବାବଦରେ ପଚାରି ବୁଝିଛନ୍ତି ।

ଏଥିସହ ସୌଦାମିନୀ ସେଠୀ ହସ୍ପିଟାଲରେ ଦିଆଯାଉଥିବା ଖାଦ୍ୟର ମାନ ତଦାରଖ କରିଥିଲେ । ତେବେ ଆକ୍ରାନ୍ତଙ୍କ ସହ ଫୋନ ମାଧ୍ୟମରେ ସେମାନଙ୍କ ସ୍ବାସ୍ଥ୍ୟ, ସୁଷମ ଖାଦ୍ୟ, ନିୟମିତ ଔଷଧ ଏବଂ ଚିକିତ୍ସା ପରିଚାଳନା ସମ୍ପର୍କରେ ପଚାରି ବୁଝିଥିଲେ । ଏହି ସମୟରେ ଜିଲ୍ଲା ଆପତକାଳୀନ ଅଧିକାରୀ ଶଶାଙ୍କ ଶେଖର ମିଶ୍ର ଓ କୋଭିଡ ହସ୍ପିଟାଲର ସ୍ବାସ୍ଥ୍ୟକର୍ମୀମାନେ ଉପସ୍ଥିତ ଥିଲେ । ତେବେ ଏହିପରି ଜିଲ୍ଲାର ଅନ୍ୟାନ୍ୟ କୋଭିଡ କେୟାର ସେଣ୍ଟରଗୁଡିକ ତଦାରଖ କରାଯିବ ବୋଲି ସୂଚନା ମିଳିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିର୍ପୋଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.