ETV Bharat / state

ଭୁଷୁଡିଲା ନିର୍ମାଣଧୀନ ପାନୀୟଜଳ ପ୍ରକଳ୍ପ, ପାଣିରେ ସରକାରଙ୍କ ଦେଢ କୋଟି ଟଙ୍କା

author img

By

Published : Mar 4, 2020, 11:28 PM IST

ଭୁଷୁଡିଲା ନିର୍ମାଣଧୀନ ପାନୀୟଜଳ ପ୍ରକଳ୍ପ । ପାଣିରେ ପଡିଲା ସରକାରଙ୍କ ଦେଢ କୋଟି । ଦାୟୀ ଠିକାଦାର ଓ ବିଭାଗୀୟ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋର ଧରୁଛି । ଅଧିକ ସୂଚନା ପାଇଁ ପଢନ୍ତୁ ...

Demolished under construction drinking water project in Dhenkanal
ଭୁଷୁଡିଲା ନିର୍ମାଣଧୀନ ପାନୀୟଜଳ ପ୍ରକଳ୍ପ

ଢେ଼ଙ୍କାନାଳ: ଭୁଷୁଡିଲା ପରଜଙ୍ଗ ବ୍ଲକ କଟାବାହାଳ ଗ୍ରାମରେ ନିର୍ମାଣଧୀନ ପାନୀୟଜଳ ପ୍ରକଳ୍ପ । ପାଣିରେ ପଡିଲା ସରକାରଙ୍କ ଦେଢ଼ କୋଟି ଟଙ୍କା । ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଓ ଠିକାଦାରଙ୍କ ସଲାସୁତରା ଯୋଗୁଁ ବାରମ୍ବାର ଏମିତି ଘଟଣା ଘଟୁଥିବା ହେଉଛି ଅଭିଯୋଗ । ଏନେଇ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋର ଧରୁଛି ।

ଭୁଷୁଡିଲା ନିର୍ମାଣଧୀନ ପାନୀୟଜଳ ପ୍ରକଳ୍ପ

ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ବସୁଧା ଯୋଜନାରେ ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକର କଟାବାହାଳ ଗ୍ରାମରେ ତିଆରି ଚାଲିଥିଲା ପାଇପ ଜଳ ଯୋଗାଣ ପ୍ରକଳ୍ପ। ହେଲେ ପ୍ରାୟ ଦେଢ କୋଟି ଟଙ୍କାର ନିର୍ମାଣଧୀନ ପ୍ରକଳ୍ପର ପାଣି ଟାଙ୍କି ଛାତ ଗଳି ପଡିଥିବା ଦେଖିବାକୁ ମିଳିଛି। ଢେ଼ଙ୍କାନାଳ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଓ ଠିକାଦାରଙ୍କ ସଲାସୁତରାରେ ନିମ୍ନମାନର କାମ ଯୋଗୁଁ ପୂର୍ବରୁ ପରଜଙ୍ଗ ବ୍ଲକର କୁଆଳୁ ଓ କଙ୍କଡ଼ା ସୋଡ଼ାରେ ପ୍ରକଳ୍ପ ଭୁଷୁଡି ପଡିଥିଲା। ଏବେ ପୁଣି ଏହାର ପୁନରାବୃତି ଘଟିଛି। ତେବେ ଅଞ୍ଚଳରେ ବାରମ୍ବାର ଏଭଳି ଘଟଣା ଘଟୁଥିବା ବେଳେ ଏଥିପ୍ରତି ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ଯୋର ଧରୁଛି ।

ଢେ଼ଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.