ETV Bharat / state

ଶହୀଦ ବାଜିରାଉତଙ୍କୁ ଭାରତରତ୍ନ ଦେବାକୁ ଜୋର ଧରିଲା ଦାବି - youth kalinga association

ଜୋର ଧରିଲା ଦେଶର ସର୍ବକନିଷ୍ଠ ଶହୀଦ ବୀର ବାଜିରାଉତଙ୍କୁ ଭାରତରତ୍ନ ଦାବି । ଏହାକୁ ନେଇ ଢେଙ୍କାନାଳ ଜିଲ୍ଲା ଭୁବନ ଯୁବ କଳିଙ୍ଗ ସଂଗଠନ ତରଫରୁ ଏକ ସାଇକେଲ ମାରାଥନ ରାଲି କରାଯାଇଛି । ଅଧିକ ପଢ଼ନ୍ତୁ...

ଶହୀଦ ବାଜିରାଉତଙ୍କୁ ଭାରତରତ୍ନ ଦେବାକୁ ଜୋର ଧରିଲାା ଦାବି

author img

By

Published : Aug 16, 2021, 8:34 PM IST

ଢେଙ୍କାନାଳ: ଜୋର ଧରିଲା ଦେଶର ସର୍ବକନିଷ୍ଠ ଶହୀଦ ବୀର ବାଜିରାଉତଙ୍କୁ ଭାରତରତ୍ନ ଦାବି । ଏହାକୁ ନେଇ ଢେଙ୍କାନାଳ ଜିଲ୍ଲା ଭୁବନ ଯୁବ କଳିଙ୍ଗ ସଂଗଠନ ତରଫରୁ ଏକ ସାଇକେଲ ମାରାଥନ ରାଲି କରାଯାଇଛି । ଯୁବ କଳିଙ୍ଗ ସଦସ୍ୟମାନେ 25 କିଲୋମିଟରର ଏକ ଲମ୍ବା ସାଇକେଲ ରାଲି କରି ନିଜ ଦାବି ଜାହିର କରିଛନ୍ତି । ଫାଇଟ ଫର୍ ରାଇଟ୍(fight for right) ସ୍ଲୋଗାନ୍ ଦେଇ ଯୁବ କଳିଙ୍ଗ ସଂଗଠନ ପକ୍ଷରୁ ଏହି ରାଲି କରାଯାଇଛି ।

ଶହୀଦ ବାଜିରାଉତଙ୍କୁ ଭାରତରତ୍ନ ଦେବାକୁ ଜୋର ଧରିଲାା ଦାବି

ଶହୀଦ ବାଜି ରାଉତଙ୍କୁ ଭାରତ ରତ୍ନ ଦେବାକୁ ଦାବି କରି ଯୁବ କଳିଙ୍ଗ ସଙ୍ଗଠନ ସଦସ୍ୟମାନେ କାଳୀବଜାରସ୍ଥିତ ବାଜିରାଉତଙ୍କ ପ୍ରତିମୂର୍ତ୍ତି ପରିକ୍ରମା କରି ନୀଳକଣ୍ଠପୁରସ୍ଥିତ ଶହୀଦ ସ୍ତମ୍ବ ନିକଟରେ ପହଞ୍ଚି ସାଇକେଲ ରାଲି ଶେଷ କରିଥିଲେ । ଏହି ଅବସରରେ ବାଜିରାଉତଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ସାଇକେଲ ରାଲି ପରେ ଏକ ସଭାର ଆୟୋଜନ କରାଯାଇଥିଲା ।

ଏଥିରେ ଶହୀଦ ବୀର ବାଜିରାଉତଙ୍କୁ କିଭଳି ଭାରତରତ୍ନ ସମ୍ମାନ ପ୍ରଦାନ କରାଯିିବ ତାହାକୁ ନେଇ ଆଲୋଚନା କରାଯାଇଥିଲା । ଏହାସହ ଏହି ଅଞ୍ଚଳରେ ଥିବା ସ୍ବାସ୍ଥ୍ୟ ସମସ୍ୟାର ସମାଧାନ କିପରି ହୋଇପାରିବ ତାହାକୁ ନେଇ ମଧ୍ୟ ଆଲୋଚନା ହୋଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯୁବ କଳିଙ୍ଗ ସଂଗଠନ ସଦସ୍ୟଙ୍କ ପଦକ୍ଷେପର ପ୍ରଶଂସା କରିଛନ୍ତି । ଏଭଳି ମହତ୍ କାର୍ଯ୍ୟ ଜାରି ରଖିବାକୁ ସେମାନେ ସଦସ୍ୟଙ୍କୁ ଉତ୍ସାହିତ କରିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.