ETV Bharat / state

କେନାଲରେ ବୁଡ଼ି ମହିଳାଙ୍କ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ କନ୍ତୋର ଗ୍ରାମରେ ଶୌଚ ହେବାକୁ ଯାଇ କେନାଲରେ ବୁଡ଼ିଗଲେ ମହିଳା ମୃତ । ମୃତ ମହିଳା ଜଣଙ୍କ ହେଉଛନ୍ତି ପୂଜା ସ୍ୱାଇଁ । ଅଧିକ ପଢନ୍ତୁ...

author img

By

Published : Dec 10, 2020, 10:11 PM IST

death-of-an-women-by-drowning-in-a-canal
କେନାଲରେ ବୁଡ଼ି ମହିଳାଙ୍କ ମୃତ୍ୟୁ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କନ୍ତୋର ଗାଁ ପାଖ ରେଙ୍ଗାଳି ବାମ କେନାଲରେ ବୁଡି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ ହେଇଛନ୍ତି ସେହି ଗ୍ରାମର ପୂଜା ସ୍ୱାଇଁ ।

ସୂଚନା ମୁତାବକ, ମହିଳା ଜଣଙ୍କ ଆଜି(ଗୁରୁବାର) ସନ୍ଧ୍ୟାରେ ଶୌଚ ପାଇଁ ଗାଁ ପାଖ ରେଙ୍ଗାଳୀ କେନାଲକୁ ଯାଇଥିଲେ । ମାତ୍ର ଆଉ ଘରକୁ ଫେରିନଥିଲେ । ତେବେ ଶୌଚ ହେବାବେଳେ ଅସାବଧାନତା କାରଣରୁ ଗୋଡ ଖସିଯିବାରୁ ବୁଡି ଯାଇଥିଲେ ।

ଯାହାପରେ ଗାଁ ଲୋକ ପୋଲିସ ଓ ଦମକଳ ବାହିନୀକୁ ଖବର ଦେଇଥିଲେ ।

କେନାଲରେ ବୁଡ଼ି ମହିଳାଙ୍କ ମୃତ୍ୟୁ

ଖବର ପାଇ ଘଟଣା ସ୍ଥଳରେ ପରଜଙ୍ଗ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି । ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଙ୍କୁ ପଠାଯାଇଛି ।

ଏନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.