ETV Bharat / state

ମନ୍ଦାର ଗାଁ ମଠରେ ବୀଭତ୍ସ ହତ୍ୟାକାଣ୍ଡ, ମହନ୍ତକୁ ଅଟକ ରଖି ପୋଲିସର ଛାନଭିନ୍ - ମନ୍ଦାର ଗାଁ ମଠରେ ବୀଭତ୍ସ ହତ୍ୟାକାଣ୍ଡ

ଢେଙ୍କାନାଳ ଜିଲ୍ଲା ମନ୍ଦାର ଗାଁର ଏକ ମଠରେ ବୀଭତ୍ସ ହତ୍ୟାକାଣ୍ଡ । ଚୈତନ୍ୟ ଗୋସାଇଁଙ୍କ ମଠ ପରିସରରେ ଯୁବକଙ୍କୁ ପଥରରେ ଛେଚି ବୀଭତ୍ସ ହତ୍ୟା । ଅଧିକ ପଢନ୍ତୁ

a young man murdered in dhenkanal
ଢେଙ୍କାନାଳ ଜିଲ୍ଲା ମନ୍ଦାର ଗାଁ ମଠରେ ବୀଭତ୍ସ ହତ୍ୟାକାଣ୍ଡ: ମଠ ମହନ୍ତକୁ ଅଟକ ରଖି ପୋଲିସର ଛାନଭିନ୍
author img

By

Published : Feb 9, 2022, 4:49 PM IST

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମନ୍ଦାର ଗାଁ ମଠରେ ବୀଭତ୍ସ ହତ୍ୟାକାଣ୍ଡ । ଚୈତନ୍ୟ ଗୋସାଇଁଙ୍କ ମଠ ପରିସରରେ ଯୁବକଙ୍କୁ ପଥରରେ ଛେଚି ବୀଭତ୍ସ ଭାବେ ହତ୍ୟା । ମଠର ମହନ୍ତ ବାବା ଦଶରଥଙ୍କୁ ଅଟକ ରଖି ଗଁଦିଆ ପୁଲିସର ଛାନଭିନ୍ ଆରମ୍ଭ ।

ଢେଙ୍କାନାଳ ଜିଲ୍ଲା ମନ୍ଦାର ଗାଁ ମଠରେ ବୀଭତ୍ସ ହତ୍ୟାକାଣ୍ଡ: ମଠ ମହନ୍ତକୁ ଅଟକ ରଖି ପୋଲିସର ଛାନଭିନ୍

ତେବେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରାଯାଇଥିବା ବେଳେ ଘଟଣାସ୍ଥଳରେ ଏକ ବାଇକ ଓ ରକ୍ତ ଲାଗିଥିବା ପଥରଖଣ୍ଡ ଜବତ କରିଛି ପୋଲିସ । ଘଟଣାସ୍ଥଳରେ ଗଁନ୍ଦିଆ ପୁଲିସ ପହଁଛି ମୃତଦେହ ଜବତ କରିଛି । ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣା ପଡିନଥିବା ବେଳେ ମଧ୍ୟ ମଠ ମହନ୍ତ ବାବା ଦଶରଥ ବେହେରାଙ୍କ ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

ଫଳରେ ପୋଲିସ ମଠ ମହନ୍ତ ଦଶରଥ ବାବାଙ୍କୁ ଅଟକ ରଖି ଛାନଭିନ୍ କରୁଛି । ମୃତ ଯୁବକ ହେଲେ ଭୁବନ ବିଜ୍ଞାପିତ ପରିଷଦ ବାଜି ଛକର ଉଦ୍ଧବ ପାତ୍ର । ଉଦ୍ଧବ ଲୁହା, ଟିଣ ଆଦି କିଣି କବାଡିରେ ବିକ୍ରି କରିଥାନ୍ତି ବୋଲି ଜଣାପଡିଛି ।

ତେବେ ତାଙ୍କ ହତ୍ୟାକାରୀକୁ ଗିରଫ ଓ ପରିବାରକୁ ନ୍ୟାୟ ପାଇଁ ଦାବି କରିଛନ୍ତି ତାଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.