ETV Bharat / state

ମେଡିକାଲ ସମ୍ମୁଖରେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟଣା, ଜିଲ୍ଲାପାଳଙ୍କୁ ରିପୋର୍ଟ ଦେଲେ ସିଡିଏମଓ - Covid Patient death

ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନା ଆଉଟ ଡୋର ସମ୍ମୁଖରେ କୋଭିଡ ପଜିଟିଭଙ୍କ ମୃତ୍ୟୁ ଘଟଣା । ଆକ୍ସନ ମୁଡରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ଘଟଣାର ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କଲେ ସିଡିଏମଓ । ଅଧିକ ପଢନ୍ତୁ....

Covid Patient death due to lack of treatment, CDMO provided investigation report to the collector
ଚିକିତ୍ସା ଅଭାବରୁ କୋଭିଡ ପଜିଟିଭଙ୍କ ମୃତ୍ୟୁ ଘଟଣା, ଜିଲ୍ଲାପାଳଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ କଲେ ସିଡିଏମଓ
author img

By

Published : Sep 16, 2020, 12:27 PM IST

ଢେଙ୍କାନାଳ: ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନା ଆଉଟ ଡୋର ସମ୍ମୁଖରେ କୋଭିଡ ପଜିଟିଭଙ୍କ ମୃତ୍ୟୁ ଘଟଣା । ଏହି ଘଟଣାକୁ ନେଇ ଆକ୍ସନ ମୁଡରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ସିଡିଏମଓ ଏହାର ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । କୋଭିଡ ଚିକିତ୍ସା ପାଇଁ ମୁଖ୍ୟ ଡାକ୍ତରଖାନା ପରିସରରେ ସ୍ବତନ୍ତ୍ର ସେଲ ଖୋଲା ଯାଇଛି । ସେଲରେ ଥିବା ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ତାଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ଭାବେ ରିପୋର୍ଟରେ ଦର୍ଶାଯାଇଛି । ଦାୟିତ୍ବରେ ଥିବା ଡାକ୍ତର ଜଣେ ଆୟୁଷ ଡାକ୍ତର ବୋଲି ଜଣାପଡିଛି ।

ଚିକିତ୍ସା ଅଭାବରୁ କୋଭିଡ ପଜିଟିଭଙ୍କ ମୃତ୍ୟୁ ଘଟଣା, ଜିଲ୍ଲାପାଳଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ କଲେ ସିଡିଏମଓ

ମଙ୍ଗଳବାର ମୁଖ୍ୟ ଚିକିତ୍ସାଳୟକୁ କୋଭିଡ ପରୀକ୍ଷା ପାଇଁ ଆସିଥିବା ଜଣେ ସରକାରୀ କର୍ମଚାରୀ ପଜେଟିଭ ଚିହ୍ନଟ ପରେ ହଠାତ ଚେତାଶୂନ୍ୟ ହୋଇ ପଡିଥିଲେ । ମୁଖ୍ୟ ଡାକ୍ତରଖାନା ଆଉଟ ଡୋର ସମ୍ମୁଖରେ ପଡି ରହିଥିବାବେଳେ ତାଙ୍କ ପାଖରେ ଥିବା ତାଙ୍କ ସମ୍ପର୍କୀୟ ଓ ପତ୍ନୀ ନେହୁରା ହୋଇ ଡାକ୍ତର ଓ କର୍ମଚାରୀମାନଙ୍କୁ କାକୁତି ମିନତି ହୋଇ ଡାକିଥିଲେ । ମାତ୍ର ତାଙ୍କ କରୁଣ ନିବେଦନ କେହି ଶୁଣିନଥିଲେ । ପାଲଟା ଡୋର ବନ୍ଦ କରିଦେଇଥିଲେ । ଶେଷରେ ଯନ୍ତ୍ରଣାରେ ଛଟ ପଟ ହୋଇ ବ୍ୟକ୍ତି ଜଣଙ୍କ ଡାକ୍ତରଖାନା ଆଉଟ ଡୋର ଆଗରେ ପଡି ପ୍ରାଣ ହାରିଥିଲେ ବୋଲି ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.