ETV Bharat / state

ଢେଙ୍କାନାଳ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ କୋଭିଡ କିଓସ୍କ ଉଦଘାଟିତ

author img

By

Published : Nov 16, 2020, 9:39 PM IST

ଢେଙ୍କାନାଳ ବସଷ୍ଟାଣ୍ଡ ନିକଟରେ ଗ୍ରାମ ଉନ୍ନୟନ ସଂସ୍ଥା ପକ୍ଷରୁ ଏକ କୋଭିଡ କିଓସ୍କ ଆଜି(ସୋମବାର) ଉଦଘାଟନ ହୋଇଛି। ଏହି କୋଭିଡ କିଓସ୍କରେ କୋଭିଡ ସଂକ୍ରମଣକୁ ନେଇ ଜନସାଧାରଣଙ୍କୁ ସଚେତନ କରାଯିବ। ଅଧିକ ପଢ଼ନ୍ତୁ...

ଢେଙ୍କାନାଳ ଗ୍ରାମ ଉନ୍ନୟନ ସଂସ୍ଥା ପକ୍ଷରୁ କୋଭିଡ କିଓସ୍କ ଉଦଘାଟିତ

ଢେଙ୍କାନାଳ: ଢେଙ୍କାନାଳ ବସଷ୍ଟାଣ୍ଡ ନିକଟରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ଏକ କୋଭିଡ କିଓସ୍କ ଆଜି(ସୋମବାର) ଉଦଘାଟନ ହୋଇଛି। ଏହି କୋଭିଡ କିଓସ୍କରେ କୋଭିଡ ସଂକ୍ରମଣକୁ ନେଇ ଜନସାଧାରଣଙ୍କୁ ସଚେତନ କରାଯିବ। ଏହାସହ ଏଠାରେ ସହ କୋରୋନା ଭାଇରସରୁ ରକ୍ଷା ପାଇବାକୁ ବିଭିନ୍ନ ସାମଗ୍ରୀକୁ ସୁଲଭ ମୂଲ୍ୟରେ ଜନସାଧାରଣଙ୍କୁ ଯୋଗାଇ ଦିଆଯିବା ଉଦ୍ଦେଶ୍ୟରେ ଏହାକୁ ଉଦଘାଟନ କରାଯାଇଛି ।

ଏହି କୋଭିଡ କିଓସ୍କକୁ ଢେଙ୍କାନାଳ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ଉଦଘାଟନ କରିଛନ୍ତି। ଢେଙ୍କାନାଳ ବସଷ୍ଟାଣ୍ଡସ୍ଥିତ ଆମ ଗାଁ ହାଟରେ ଉଦଘାଟିତ ହୋଇଥିବା ଏହି କୋଭିଡ କିଓସ୍କରେ ମାସ୍କ, ସାନିଟାଇଜର ଓ କାଢ଼ା ଆଦି ସାମଗ୍ରୀ ଅତି ସୁଲଭ ମୂଲ୍ୟରେ ଉପଲବ୍ଧ ରହିଛି। ଏହାଦ୍ବାରା ଜନସାଧାରଣ ଗୋଟିଏ ସ୍ଥାନରେ କୋଭିଡ ସଚେତନ ଓ ସୁରକ୍ଷା ପାଇଁ ଆବଶ୍ୟକ ସମସ୍ତ ସାମଗ୍ରୀ ପାଇପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏହି ଉଦଘାଟନୀ ଉତ୍ସବରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ନରୋତ୍ତମ ବେହେରା ଉପସ୍ଥିତ ରହିଥିଲେ ।

କୋରୋନା ଭଳି ମାରାତ୍ମକ ଭାଇରସକୁ ନେଇ ସଚେତନ ରହିବାକୁ ବାରମ୍ବାର ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏଥିପାଇଁ ବିଭିନ୍ନ ଉପାୟରେ ଲୋକଙ୍କୁ ସୁରକ୍ଷା ଯୋଗାଇ ଦେଉଛି ଢେଙ୍କାନାଳ ଜିଲ୍ଲା ପ୍ରଶାସନ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.