ETV Bharat / state

କୋରୋନାକୁ ଜବାବ ଦେଉଛି ଢେଙ୍କାନାଳ: ସଜାଗ ପ୍ରଶାସନ, ସତର୍କ ଜନତା - ଢେଙ୍କାନାଳ ଖବର

ଜିଲ୍ଲାର 212 ଗ୍ରାମପଞ୍ଚାୟତରେ ତିଆରି ହୋଇଛି 351ଟି କ୍ବାରେନଣ୍ଟାଇନ ସେଣ୍ଟର । ପ୍ରସ୍ତୁତ ଅଛି 16 ହଜାର ବେଡ୍ । ଆଉ ଏଥିରେ ରହିଛି ସମସ୍ତ ସୁବିଧା ଓ ବ୍ୟବସ୍ଥା । ଅଧିକ ପଢନ୍ତୁ...

କୋରୋନାକୁ ଜବାବ ଦେଉଛି ଢେଙ୍କାନାଳ: ସଜାଗ ପ୍ରଶାସନ, ସତର୍କ ଜନତା

author img

By

Published : May 26, 2020, 9:17 PM IST

ଢେଙ୍କାନାଳ: କୋରୋନା ମହାମାରୀର ମୁକାବିଲା ପାଇଁ ଜାରି ରହିଛି ଚତୁର୍ଥ ପର୍ଯ୍ୟାୟ ଲକଡାଉନ । ଏପରି ସମୟରେ ରାଜ୍ୟରେ ଭୟଙ୍କର ପାଲଟିଛି କୋରୋନା ସ୍ଥିତି । ପ୍ରବାସୀ ଶ୍ରମିକଙ୍କ ଫେରନ୍ତା ପରେ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । କୋରୋନା କବଳରେ ପଡିଛନ୍ତି ପ୍ରାୟ ସମସ୍ତ ଜିଲ୍ଲା ।

ହେଲେ ଢେଙ୍କାନାଳରେ ଏପର୍ଯ୍ୟନ୍ତ ବାହାରିଛନ୍ତି ମାତ୍ର 2ଟି ପଜିଟିଭ । ଜିଲ୍ଲାକୁ ଫେରିସାରିଲେଣି 2000ରୁ ଊର୍ଦ୍ଧ୍ବ ପ୍ରବାସୀ ଓଡିଆ । ପର୍ଯ୍ୟାୟକ୍ରମେ ଆସିବେ ଆହୁରି 26 ହଜାର 586 ଲୋକ । ଏଥିରେ ସଦର ବ୍ଲକର 2267, ହିନ୍ଦୋଳର 8055, ଓଡପଡାର 2848, ଗଁନ୍ଦିଆର 3526, କାମାକ୍ଷାନଗରର 1831, ପରଜଙ୍ଗର 3242, କଙ୍କଡାହାଡର 2696 ଏବଂ ଭୁବନର 2640 ଜଣ ପ୍ରବାସୀ ଓଡିଆ ପର୍ଯ୍ୟାୟ କ୍ରମେ ଫେରିବେ ବୋଲି ଜଣାପଡିଛି । ତଥାପି କମ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା । କାରଣ ଜିଲ୍ଲା ପ୍ରଶାସନ ଅଛି ସତର୍କ ଓ ସଚେତନ ।

ଜିଲ୍ଲାର 212 ଗ୍ରାମପଞ୍ଚାୟତରେ ତିଆରି ହୋଇଛି 351ଟି କ୍ବାରେନଣ୍ଟାଇନ ସେଣ୍ଟର । ପ୍ରସ୍ତୁତ ଅଛି 16 ହଜାର ବେଡ୍ । ଆଉ ଏଥିରେ ରହିଛି ସମସ୍ତ ସୁବିଧା ଓ ବ୍ୟବସ୍ଥା । ଖାଦ୍ୟପେୟ ଏବଂ ସ୍ବାସ୍ଥ୍ୟ ପ୍ରତି କଡା ଆଭିମୁଖ୍ୟ ଗ୍ରହଣ କରିଛି ପ୍ରଶାସନ । ସମସ୍ତ କ୍ବାରେନଣ୍ଟାଇନ ସେଣ୍ଟରରେ ବିଶୁଦ୍ଧ ଓ ପରିମଳ ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଇଛି । ପ୍ରତି ସରପଞ୍ଚଙ୍କୁ ମିଳିଛି ନିର୍ଦ୍ଦେଶ । ସୂଚାରୁ ରୂପେ ସେମାନେ ତୁଲାଉଛନ୍ତି ଦାୟିତ୍ବ ।

କୋରୋନାକୁ ଜବାବ ଦେଉଛି ଢେଙ୍କାନାଳ: ସଜାଗ ପ୍ରଶାସନ, ସତର୍କ ଜନତା

ତେବେ ଏପର୍ଯ୍ୟନ୍ତ 1500 ଲୋକଙ୍କ ସରିଛି ସ୍ବାବ ଟେଷ୍ଟ । 1300ରୁ ଅଧିକ ରିପୋର୍ଟ ଆସିଛି ନେଗେଟିଭ । ଜିଲ୍ଲାରେ କମ ଆକ୍ରାନ୍ତ ଖୁସି ଖବର ବୋଲି କହିଛନ୍ତି ଜିଲ୍ଲାପାଳ । ସେହିପରି ଫେରନ୍ତାଙ୍କୁ ସ୍ବାଗତ କରୁଛନ୍ତି ଜିଲ୍ଲାବାସୀ । ମନରେ ନାହିଁ ଘୃଣାଭାବ । ପ୍ରବାସୀଙ୍କୁ କଟକଣା ମାନିବାରେ ସାହାଯ୍ୟ କରୁଛନ୍ତି ଗ୍ରାମବାସୀ । କାହାରି ପ୍ରତି ଦ୍ବେଷ ମନୋଭାବ ରଖିନାହାନ୍ତି । ଜିଲ୍ଲାବାସୀଙ୍କ ସହଯୋଗ ଓ ସଚେତନତା ପାଇଁ ଢେଙ୍କାନାଳରେ ପ୍ରଭାବ ବିସ୍ତାର କରିପାରିନି କୋରୋନା । ପ୍ରଶାସନର ସତର୍କତା ମଧ୍ୟ ଦେଇଛି କୋରୋନାକୁ ମୁକାବିଲା କରିବାର ଶକ୍ତି । ଯାହା ଅନ୍ୟ ଜିଲ୍ଲାଙ୍କ ପାଇଁ ପାଲଟିଛି ଉଦାହରଣ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.