ETV Bharat / state

ଉପର ମୁହାଁ କୋରୋନା, ଜିଲ୍ଲାରେ ଆଜି ୭ ଶହ ଟପିଛି ସଂକ୍ରମିତଙ୍କ ସଂଖ୍ୟା

author img

By

Published : May 25, 2021, 7:04 PM IST

ଜିଲ୍ଲାରେ ଦିନକୁ ଦିନ କୋରୋନା ସଂକ୍ରମଣ ଉପର ମୁହାଁ ହେବାରେ ଲାଗିଛି । ଢେଙ୍କାନାଳ ଜିଲ୍ଲାରେ ଆଜି ୭ ଶହ ଟପିଛି ସଂକ୍ରମିତଙ୍କ ସଂଖ୍ୟା । ଯାହାକି ରାଜ୍ୟରେ ଆଜି ତୃତୀୟ ସ୍ଥାନରେ ରହିଛି । ଅଧିକ ପଢନ୍ତୁ...

corona-death-increase-in-dhenkanal
ଉପର ମୁହାଁ କୋରୋନା, ଜିଲ୍ଲାରେ ଆଜି ୭ ଶହ ଟପିଛି ସଂକ୍ରମିତଙ୍କ ସଂଖ୍ୟା

ଢେଙ୍କାନାଳ: ଜିଲ୍ଲାରେ ଦିନକୁ ଦିନ କୋରୋନା ସଂକ୍ରମଣ ଉପର ମୁହାଁ ହେବାରେ ଲାଗିଛି । ଢେଙ୍କାନାଳ ଜିଲ୍ଲାରେ ଆଜି ୭ ଶହ ଟପିଛି ସଂକ୍ରମିତଙ୍କ ସଂଖ୍ୟା । ଯାହାକି ରାଜ୍ୟରେ ଆଜି ତୃତୀୟ ସ୍ଥାନରେ ରହିଛି ।

ଜିଲ୍ଲାରେ ଆଜି ସର୍ବାଧିକ ରେର୍କଡ କରିଛି ସଂକ୍ରମଣ । ଦ୍ରୁତ ଗତିରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ କ୍ରମଶଃ ଅସୁରକ୍ଷିତ ହୋଇପଡିଛି ଢେଙ୍କାନାଳ ।

ଆଜି(ମଙ୍ଗଳବାର) ଜିଲ୍ଲାରେ ସର୍ବାଧିକ ୭୬୩ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୭୪୫ ଗୃହ ସଂଗରୋଧରୁ ଓ ୧୮ଜଣ ହସ୍ପିଟାଲରୁ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଗଦିଁଆ ବ୍ଲକରୁ ୧୪୭ ଜଣ କଙ୍କଡାହାଡ ବ୍ଲକରୁ ୫୦ଜଣ, ସଦର ବ୍ଲକରୁ ୪୬, ପରଜଙ୍ଗରୁ ୮୧, ଢେଙ୍କାନାଳ ମ୍ୟୁନିସପାଲଟିରୁ ୯୧, ହିନ୍ଦୋଳରୁ ୧୦୨, ଓଡାପଡାରୁ ୩୦, କାମାକ୍ଷାନଗରରୁ ୬୩, କାମାକ୍ଷାନଗର ଏନଏସିରୁ ୧୨, ହିନ୍ଦୋଳ ଏନଏସିରୁ ୯ ଜଣ, ଭୁୁବନ ବ୍ଲକ ୭୬ ଓ ଏନଏସିରୁ ୫୦ ଓ ଅନ୍ୟ ହସପିଟାଲକରୁ ୬ଜଣ ଚିହ୍ନଟ ହୋଇଛନ୍ତି ।

ଏହି ନୂଆ ପଜିଟିଭକୁ ମିଶାଇ ମୋଟ ପଜେଟିଭ ସଂଖ୍ୟା ୧୧୦୫୬ରେ ପହଞ୍ଚିଛି । ଅପରପକ୍ଷରେ ଆଜି ୨୮୨ ଜଣ ସୁସ୍ଥ ହୋଇ ହୋଇଛନ୍ତି । ତେବେ ଆଜି ସୁଦ୍ଧା ୮୨୮୩ ଜଣ ସୁସ୍ଥ ହୋଇସାରିଛନ୍ତି । ବର୍ତ୍ତମାନ ୨୭୩୯ଜଣ ଚିକତ୍ସାଧୀନ ଅଛନ୍ତି ।

ଗ୍ରାମାଞ୍ଚଳ ଗୁଡିକରେ ହୁ ହୁ ହୋଇ ବଢି ଚାଲିଛି ସଂକ୍ରମଣ ସଂଖ୍ୟା । ଫଳରେ ଓଡାପଡା ବ୍ଳକର ବେଲପଡା ଗ୍ରାମରେ ଗୋଟିଏ ଦିନରେ ୨୮ଜଣ ପଜିଟିଭ ଚିହ୍ନଟ ପରେ ଏହି ଗାଁକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଆଜି ଠାରୁ ୩୧ ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ କହିବ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.