ETV Bharat / state

ମହଙ୍ଗା ପଡିଲା ଚାଷୀଙ୍କ ଧାନ କିଣାରେ ଚଞ୍ଚକତା: ସମବାୟ ସମିତି ସମ୍ପାଦକ ନିଲମ୍ବିତ

author img

By

Published : Mar 17, 2021, 5:16 PM IST

ମହଙ୍ଗା ପଡିଲା ଚାଷୀଙ୍କ ଧାନ କିଣାରେ ଚଞ୍ଚକତା କରିବା । ଏନେଇ ନିଲମ୍ବିତ ହୋଇଛନ୍ତି ସମବାୟ ସମିତି ସମ୍ପାଦକ । ଅଧିକ ପଢନ୍ତୁ...

Cooperative Society editor suspended in dhenkanal
ମହଙ୍ଗା ପଡିଲା ଚାଷୀଙ୍କ ଧାନ କିଣାରେ ଚଞ୍ଚକତା : ସମବାୟ ସମିତି ସମ୍ପାଦକ ନିଲମ୍ବିତ

ଢେଙ୍କାନାଳ : ମହଙ୍ଗା ପଡିଲା ଚାଷୀଙ୍କ ଧାନ କିଣାରେ ଚଞ୍ଚକତା କରିବା । ଏନେଇ ନିଲମ୍ବିତ ହୋଇଛନ୍ତି ସମବାୟ ସମିତି ସମ୍ପାଦକ । ଜିଲ୍ଲାପାଳ ନେଇଛନ୍ତି ସମ୍ପାଦକଙ୍କ ବିରୋଧରେ ଏଭଳି କଠୋର କାର୍ଯ୍ୟାନୁଷ୍ଠାନ । ସୂଚନା ଅନୁସାରେ ଭୁବନ ବ୍ଲକ ଅନ୍ତର୍ଗତ ସୁରପ୍ରତାପପୁର ସମବାୟ ସମିତିର ସମ୍ପାଦକ ସ୍ମୃତି ପ୍ରକାଶ ସ୍ବାଇଁଙ୍କୁ ଧାନ କିଣା ଅନିୟମିତତା ଅଭିଯୋଗରେ ନିଲମ୍ବିତ କରାଯାଇଛି ।

ଚାଷୀଙ୍କର ଟୋକନକୁ ଚଞ୍ଚକତାରେ ଲାପସ କରି ସେମାନଙ୍କଠାରୁ ଧାନ କିଣି ନଥିଲେ । ଏନେଇ ଚାଷୀମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଏନେଇ ଜିଲ୍ଲାପାଳ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ସମିତିର ଚାବି ଓ ଅନ୍ୟାନ୍ୟ କାଗଜ ପତ୍ର ସମିତିର କର୍ମଚାରୀ ପ୍ରକାଶ ଚନ୍ଦ୍ର ମହାନ୍ତିଙ୍କୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.