ETV Bharat / state

ଓଡିଶାର କୋବ୍ରା କମାଣ୍ଡୋଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ପ୍ରଦାନ - ମନୋଜ ବାରିକଙ୍କୁ ରାଷ୍ଟ୍ରପତି ପୋଲିସ ପଦକ

ଓଡିଶାର ଏକମାତ୍ର କୋବ୍ରା କମାଣ୍ଡୋ ଭାବେ କାର୍ଯ୍ୟରତ ଜିଲ୍ଲାର ଭୁଷଳର ମନୋଜ ବାରିକଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ପ୍ରଦାନ । ନିଜର ସାହାସିକତା ପାଇଁ 74 ତମ ସ୍ବାଧୀନତା ଦିବସ ଅବସରରେ ତାଙ୍କୁ ପୋଲିସ ମେଡାଲ ପଦକ ମିଳିଛି । ଅଧିକ ଖବର ପଢନ୍ତୁ...

ଓଡିଶାର କୋବ୍ରା କମାଣ୍ଡୋଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ପ୍ରଦାନ

author img

By

Published : Aug 20, 2020, 5:14 PM IST

ଢେଙ୍କାନାଳ: ଓଡିଶାର ଏକମାତ୍ର କୋବ୍ରା କମାଣ୍ଡୋ ଭାବେ କାର୍ଯ୍ୟରତ ଜିଲ୍ଲାର ଭୁଷଳର ମନୋଜ ବାରିକଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ପ୍ରଦାନ । ନିଜର ସାହାସିକତା ପାଇଁ 74 ତମ ସ୍ବାଧୀନତା ଦିବସ ଅବସରରେ ତାଙ୍କୁ ପୋଲିସ ମେଡାଲ ପଦକ ମିଳିଛି । ତାଙ୍କର ଅଦମ୍ୟ ସାହସ ଏବଂ ମାଓବାଦୀଙ୍କ ସହିତ ମୁହାଁମୁହିଁ ଲଢେଇରେ ମୋଟ 9 ଜଣ ନକ୍ସଲଙ୍କୁ ସେ ନିପାତ କରିଥିଲେ ।

ଓଡିଶାର କୋବ୍ରା କମାଣ୍ଡୋଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ପ୍ରଦାନ
ଓଡିଶାର କୋବ୍ରା କମାଣ୍ଡୋଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ପ୍ରଦାନ

ଏହି ସାହାସୀ କୋବ୍ରା ବାହିନୀର କମାଣ୍ଡୋ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଭୁଷଳ ଗ୍ରାମର ମନୋଜ ବାରିକ । ଭୁଷଳ ଗ୍ରାମର ଖଗେଶ୍ବର ବାରିକଙ୍କ ପୁତ୍ର ମନୋଜ ବାରିକଙ୍କ ବିରତ୍ବ ଓ ଏପରି ଉତ୍କର୍ଷ ସେବା ପାଇଁ ରାଷ୍ଟ୍ରପତି ପୋଲିସ ପଦକ ମିଳିବା ପରେ ଭୁଷଳ ଗ୍ରାମରେ ଖୁସିର ଲହରୀ ଖେଳିଯାଇଛି ।

2016 ମସିହାରେ ମନୋଜ କୋବ୍ରା ବାହିନୀର 208 ସିଆରପିଏଫ୍ କମାଣ୍ଡୋ ଭାବେ ଛତିଶଗଡ ରାଜ୍ୟର ସୁକୁମାଠାରେ ମାଓବାଦୀ ଅପରେସନରେ ସାମିଲ ହୋଇ ଦୁଇ ଜଣ ଦୁର୍ଦ୍ଧାନ୍ତ ମାଓବାଦୀଙ୍କୁ ନିପାତ କରିଥିଲେ । ସ୍ବାଧୀନତା ଦିବସ ଅବସରରେ କୋରୋନା କଟକଣା ସକାଶେ ନୂଆଦିଲ୍ଲୀ ପରିବର୍ତ୍ତେ ବିଶାଖାପାଟଣା ସିଆରପିଏଫ୍ କାର୍ଯ୍ୟାଳୟଠାରେ ସିଆରପିଏଫ୍ ଡିଜି ଏ.ପି. ମାହେଶ୍ବରୀଙ୍କ ଉପସ୍ଥିତରେ ଭିଡିଓ କନଫରେନ୍ସିଂ ଜରିଆରେ ମନୋଜ ବାରିକଙ୍କୁ ଏହି ରାଷ୍ଟ୍ରପତି ପୋଲିସ ପଦକ ପ୍ରଦାନ କରାଯାଇଥିଲା ।

ଏହି ପଦକ ପାଇବାରେ ସେ ଏକମାତ୍ର ଓଡିଆ ହୋଇଥିବାରୁ କେବଳ ଢେଙ୍କାନାଳ ଜିଲ୍ଲା ନୁହେଁ ସାରା ଓଡିଶା ପାଇଁ ସେ ଗୌରବ ଅର୍ଜନ କରିଛନ୍ତି । ଏଥିପାଇଁ ତାଙ୍କ ପରିବାର ସହ ଗ୍ରାମବାସୀ ଖୁସି ଅନୁଭବ କରୁଥିବା ମନୋଜ କୁହନ୍ତି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.