ETV Bharat / state

ଯୋରନ୍ଦା ପୀଠ ରୂପାନ୍ତର ଓ ସୌନ୍ଦର୍ଯ୍ୟକରଣ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ: ଖର୍ଚ୍ଚ ହେବ ୧୧୨ କୋଟି

Joranda Mahima Gadi Transformation: ଢେଙ୍କାନାଳ ଯୋରନ୍ଦା ପୀଠର ରୂପାନ୍ତର ଓ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିର୍ମାଣ କାର୍ଯ୍ୟରେ ଖର୍ଚ୍ଚ ହେବ ୧୧୨ କୋଟି ଟଙ୍କା । ୩ ବର୍ଷ ମଧ୍ୟରେ ସରିବ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Dec 22, 2023, 4:39 PM IST

ଯୋରନ୍ଦା ପୀଠ ରୂପାନ୍ତର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର/ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ଓଡ଼ିଶାର ପ୍ରସିଦ୍ଧ ଯୋରନ୍ଦା ମହିମା ପୀଠର ରୂପାନ୍ତର ଓ ସୌନ୍ଦର୍ଯ୍ୟକରଣ ପାଇଁ ଭୂମି ପୂଜନ ହୋଇଛି । ଯୋରନ୍ଦାର ଉପାସନା ପୀଠ ଓ ବତୀ ମଣ୍ଡପ, ଭବ୍ୟ ମହିମା ଗାଦି ଶୂନ୍ୟ ମଣ୍ଡପ ନିର୍ମାଣ ଏବଂ ମହିମା ଗାଦି ଚତୁପାର୍ଶ୍ବ ଉନ୍ନତିକରଣ କାର୍ଯ୍ୟର ଭୂମି ପୂଜନ । ଭୂମି ପୂଜନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୧୧୨ କୋଟି ଟଙ୍କା । ୩ ବର୍ଷରେ କାମ ସରିବ ବୋଲି ସୂଚନା ମିଳିଛି । ଭାରତର ଆଧ୍ୟାତ୍ମିକ ପର୍ଯ୍ୟଟନ ମାନଚିତ୍ରରେ ଯୋରନ୍ଦା ଏକ ପ୍ରମୁଖ ପୀଠ ଭାବରେ ପରିଗଣିତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଯୋରନ୍ଦାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, "ଓଡିଶା ହେଉଛି ଦେବ ଭୂମି ଓ ପୂଣ୍ୟ ଭୂମି । ମହିମା ଧର୍ମ ଯୋରନ୍ଦା ମାଟିକୁ ପବିତ୍ର କରିବା ସହ ପ୍ରସିଦ୍ଧି ଆଣି ଭାରତର ଆଧ୍ୟାତ୍ମିକ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଦେଇଛି । ଏଭଳି ପବିତ୍ର ମାଟିକୁ ଆସି ଓ ଆପଣମାନଙ୍କ ସହିତ ମିଶିବାର ସୁଯୋଗ ପାଇ ମୁଁ ବହୁତ ଖୁସି । ସାରା ବିଶ୍ବକୁ ଏକ ପରିବାର ଭାବରେ ଗ୍ରହଣ କରି ମହିମା ଧର୍ମ ସରଳ ଜୀବନ, ସମ୍ୟତା ଓ ଜଗତକଲ୍ୟାଣରେ ବିଶ୍ବାସ କରେ । ମହିମା ଧର୍ମର ମହାନ ସନ୍ଥ ଭୀମ ଭୋଇଙ୍କ ବାର୍ତ୍ତା ଆମ ସମସ୍ତଙ୍କ ପାଇଁ ପ୍ରେରଣା ଅଟେ । ଜଗତ କଲ୍ୟାଣ ପାଇଁ ନିଜକୁ ଉତ୍ସର୍ଗ କରିବାର ଚିନ୍ତାଧାରା ଆମକୁ ମହିମା ଧର୍ମ ଶିକ୍ଷା ଦେଇଛି । ମହିମା ଧର୍ମପୀଠର ଉନ୍ନତି ପାଇଁ ୧୧୨ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଖୁବଶୀଘ୍ର କାମ ଆରମ୍ଭ ହେବା ସହିତ ୩ ବର୍ଷ ମଧ୍ୟରେ ଏହି କାର୍ଯ୍ୟ ଶେଷ ହେବ । ଢେଙ୍କାନାଳ ଜିଲ୍ଲାକୁ ଏହି ପୀଠ ନୂଆ ପରିଚୟ ଦେବ । ଯୋରନ୍ଦାକୁ ଓଡିଶା ତଥା ଭାରତର ଆଧ୍ୟାତ୍ମିକ ପର୍ଯ୍ୟଟନ ମାନଚିତ୍ରରେ ଏକ ପ୍ରମୁଖ ପୀଠ ଭାବରେ ପରିଗଣିତ କରିବ ।" ମୁଖ୍ୟମନ୍ତ୍ରୀ ସମସ୍ତଙ୍କର ସହଯୋଗ କାମନା କରିବା ସହ ଆଗାମୀ ମାଘ ମେଳା ଓ ଅଗ୍ନି ପୂର୍ଣ୍ଣିମା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

ରାଜ୍ୟ ଇସ୍ପାତ ଓ ଖଣି ଏବଂ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଭମି ପୂଜନ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି, "ଢେଙ୍କାନାଳ ଜିଲ୍ଲା ଓଡିଶାକୁ ମହିମା ଧର୍ମ ଦେଇଛି । ଏହି ଧର୍ମର ପ୍ରସାର ଓ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ସହଯୋଗ ଯୋଗାଇ ଦେଇଛନ୍ତି । ମହିମା ଧର୍ମ ପ୍ରତି ତାଙ୍କର ଆନ୍ତରିକତାକୁ ପ୍ରଦର୍ଶନ କରିଛନ୍ତି ।" 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ କହିଛନ୍ତି, "ବହୁତ ଲୋକଙ୍କ ବିରୋଧ ସତ୍ତ୍ବେ ମୁଖ୍ୟମନ୍ତ୍ରୀ ଏହି ପୀଠର ବିକାଶ ପାଇଁ ନିଷ୍ପତ୍ତି ନେଇଛନ୍ତି । ଦୁନିଆକୁ ସରଳତା, ସ୍ବଚ୍ଛତା, ସେବା ଓ ନିଃସ୍ବାର୍ଥପରତାର ବାର୍ତ୍ତା ଦେଉଥିବା ଏହି ମହିମା ଧର୍ମକୁ ଆଗେଇ ନେବାକୁ ହେବ । ଆମ ମୁଖ୍ୟମନ୍ତ୍ରୀ ଶ୍ରେୟ ପାଇଁ ନୁହେଁ, ସେବା ମନୋବୃତ୍ତି ନେଇ କାମ କରିଥାନ୍ତି । ଏହି ପୀଠ ତଥା ଏହାର ପାରିପାର୍ଶ୍ବିକ ବିକାଶ ପାଇଁ ପଦକ୍ଷେପ ନିଆଯାଇଛି । ମହିମା ପୀଠର ବିକାଶ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ତାଙ୍କ ହୃଦୟରେ ସ୍ଥାନ ଦେଇଛନ୍ତି ।" ଏଥି ସହିତ ଓଡିଶାର ସମସ୍ତ ମହିମା ପୀଠର ବିକାଶ କାର୍ଯ୍ୟ ମଧ୍ୟ କରାଯିବ ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ନୂଆ ରୂପ ନେବ ମହିମା ଗାଦି; ୨୨ରେ ରୂପାନ୍ତରଣ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ମହେଶ କୁମାର ସାହୁ, ବିଧାୟକ ସୁଧିର କୁମାର ସାମଲ, ପରଜଙ୍ଗ ବିଧାୟକ ଡଃ ନୃସିଂହ ଚରଣ ସାହୁ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ଜିଲ୍ଲା ପରିଷଦ ସଭାପତି ଅର୍ଚ୍ଚନା ପୁହାଣ ପ୍ରମୁଖ ଯୋଗ ଦେଇଛନ୍ତି । ଧର୍ମାନୁଷ୍ଠାନରୁ ଆରମ୍ଭ କରି ଗ୍ରାମଦେବୀଙ୍କ ପୀଠ ପର୍ଯ୍ୟନ୍ତ ଓଡିଶାବାସୀଙ୍କ ସମସ୍ତ ଧର୍ମୀୟ ଭାବନା ଓ ଭାବାବେଗକୁ ଆମ ମୁଖ୍ୟମନ୍ତ୍ରୀ ସମ୍ମାନ ଦେଉଛନ୍ତି । ଏହା ସହିତ ମହିମା ଧର୍ମ ପ୍ରତି ଆନ୍ତରିକତା ଏବଂ ବିକାଶ ପାଇଁ ତାଙ୍କର ଉଦ୍ୟମ ସବୁଦିନ ପାଇଁ ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିବ ବୋଲି ସେମାନେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର/ଢେଙ୍କାନାଳ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.