ETV Bharat / state

ଠିକା କ୍ୟାମ୍ପକୁ ଚାନ୍ଦା ମାଗି ଗୋଷ୍ଠୀ ସଂଘର୍ଷ, ୩ ଗୁରୁତର

author img

By

Published : Jul 5, 2021, 6:45 PM IST

ଢେଙ୍କାନାଳ ଜିଲ୍ଲାର ଭୁବନ ବ୍ଲକ ଅନ୍ତର୍ଗତ ମୃଦଙ୍ଗା ଗ୍ରାମ ନିକଟରେ ଏକ ଠିକା କ୍ୟାମ୍ପରେ ଚାନ୍ଦା ଆଦାୟକୁ ନେଇ ସଂଘର୍ଷ ଘଟିଛି । ଏହି ସଂଘର୍ଷରେ ଉଭୟ ଗୋଷ୍ଠୀର ୩ ଜଣ ଗୁରୁତର ହୋଇଛନ୍ତି । ଅଧିକ ପଢନ୍ତୁ...

ଠିକାଦାର କ୍ୟାମ୍ପରୁ ଚାନ୍ଦା ଆଦାୟକୁ ନେଇ ସଂଘର୍ଷ, ୩ ଗୁରୁତର

ଢେଙ୍କାନାଳ: ଭୁବନ ବ୍ଲକ ଅନ୍ତର୍ଗତ ମୃଦଙ୍ଗା ଗ୍ରାମ ନିକଟରେ ଏକ ଠିକା କ୍ୟାମ୍ପରେ ଚାନ୍ଦା ଆଦାୟକୁ ନେଇ ସଂଘର୍ଷ ଘଟିଛି । ଏହି ସଂଘର୍ଷରେ ଉଭୟ ଗୋଷ୍ଠୀର ୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ମାନଙ୍କୁ ସ୍ଥାନୀୟ ଭୁବନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ ୫୩ ନମ୍ବର ଜାତୀୟ ରାଜପଥ ଢେଙ୍କାନାଳ ଜିଲା ଭୁବନ ଅନନ୍ତପୁର ଛକ ଠାରୁ ନୀଳକଣ୍ଠପୁର ଗ୍ରାମସ୍ଥିତ ବାଜିରାଉତ ସେତୁ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି । ପୂର୍ତ୍ତ ବିଭାଗ ରାସ୍ତାଟି ଅନନ୍ତପୁର ଛକ ଠାରୁ ଭାୟା ବାଲିବୋ, ମହୁଲପାଳ, ମୃଦଙ୍ଗା ଏବଂ ନିଳକଣ୍ଠପୁର ଗ୍ରାମକୁ ସଂଯୋଗ କରୁଛି । ଏହି କାର୍ଯ୍ୟକୁ ଆର.କେ ଆସୋସିଏଟେଡ଼ ନାମକ ଏକ ଠିକା ସଂସ୍ଥା କରୁଛି । ବର୍ତ୍ତମାନ ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ମୃଦଙ୍ଗା ପଞ୍ଚାୟତରେ ଚାଲୁଥିବା ବେଳେ ଠିକା ସଂସ୍ଥାର କ୍ୟାମ୍ପଟି ଗ୍ରାମ ନିକଟରେ ରହିଛି । ତେବେ ସ୍ଥାନୀୟ ଅଞ୍ଚଳର କିଛି ଅସାମାଜିକ ଯୁବକ ଏହି ସଂସ୍ଥାର ଠିକା କ୍ୟାମ୍ପରେ ରହୁଥିବା କର୍ମଚାରୀମାନଙ୍କୁ ଚାନ୍ଦା ମାଗିବା ସହିତ ଗାଳିଗୁଲଜ କରିଆସୁଛନ୍ତି । ଏପରିକି 4 ରୁ 5 ଜଣ ଯୁବକ ରାସ୍ତା କାର୍ଯ୍ୟ ତଦାରଖ କରୁଥିବା ଇଞ୍ଜିନିୟର ଓ ସୁପରଭାଇଜରଙ୍କୁ ଚାନ୍ଦା ମାଗିଥିଲେ ।

ଚାନ୍ଦା ନଦେବାରୁ ଏହି ଯୁବକମାନେ ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ସଂଘର୍ଷ ଘଟିଛି । ଏହି ସଂଘର୍ଷରେ ଠିକା ସଂସ୍ଥାର ଦୁଇ ଜଣ ଓ ଆକ୍ରମଣକାରୀଙ୍କ ମଧ୍ୟରୁ ଜଣେ ଗୁରୁତର ହୋଇ ଭୁବନ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଏସମ୍ପର୍କରେ ଉଭୟ ଠିକାସଂସ୍ଥା ଓ ଆକ୍ରମଣକାରୀଙ୍କ ପକ୍ଷରୁ ଭୁବନ ଥାନାରେ ପୃଥକ ପୃଥକ ଅଭିଯୋଗ ହୋଇଥିବା ଜଣାପଡିଛି । ଭୁବନ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.