ETV Bharat / state

ଆଇନକୁ ଆଖି ଠାର, ଗୁପଚୁପ୍‌ ବିକୁଥିବା 3 ଶିଶୁ ଶ୍ରମିକ ଉଦ୍ଧାର

ଶ୍ରମ ବିଭାଗ ପକ୍ଷରୁ ଢେଙ୍କାନାଳ ସହରରେ ଚଢ଼ାଉ । ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗୁପଚୁପ ବିକ୍ରି କରୁଥିବା ୩ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛି । ଅଧିକ ପଢନ୍ତୁ

child labour rescue in dhenkana
ଗୁପ ଚୁପ ବିକ୍ରି କରୁଥିବା ୩ଶିଶୁ ଶ୍ରମିକ ଉଦ୍ଧାର
author img

By

Published : Jun 11, 2022, 11:22 AM IST

ଢେଙ୍କାନାଳ: ଶ୍ରମ ବିଭାଗ ପକ୍ଷରୁ ଢେଙ୍କାନାଳ ସହରରେ ଚଢ଼ାଉ । ଗୋଟିଏ ପଟରେ ଶିଶୁ ଶ୍ରମିକ ନିଷେଧ ପକ୍ଷ ପାଳନ କରାଯାଉଥିବାବେଳେ ଏପଟେ କିନ୍ତୁ ଖୋଦ ଢେଙ୍କାନାଲ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧୁଧୁ ଖରାରେ ଶିଶୁ ଶ୍ରମିକ ମାନେ ଶ୍ରମ କରୁଥିବା ବେଶ ଆଶ୍ଚର୍ଯ୍ୟ କରିଛି । ଏପରିକି ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ସହରରେ ଗୁପଚୁପ ବିକାଳୀମାନଙ୍କ ଉପରେ ଚଢ଼ାଉ କରିଥିବାବେଳେ ଏହାର ସ୍ପଷ୍ଟ ପ୍ରମାଣ ମିଳିଛି ।

ଖୋଦ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ୩ଜଣ ଶିଶୁ ଶ୍ରମିକଙ୍କୁ ଜିଲ୍ଲା ଶ୍ରମ ଅଧିକାରୀ ଉଦ୍ଧାର କରିଛନ୍ତି । ଉଦ୍ଧାର ଏହି ଶିଶୁ ଶ୍ରମିକମାନଙ୍କ ବୟସ ୧୦ରୁ ୧୨ବର୍ଷ ହେବ ବୋଲି ଅନୁମାନ କରାଯାଇଛି । ଏମାନେ ମାଲିକର ଗୁପଚୁପ ବିକ୍ରି କରୁଥିବା ଜଣାପଡିଛି । ଉଦ୍ଧାର ପରେ ଏମାନଙ୍କ ମାଲିକମାନଙ୍କ ନାମରେ ଶିଶୁ ଶ୍ରମ ଆଇନ ମୁତାବକ ମାମଲା ରୁଜୁକରି ଶିଶୁମାନଙ୍କୁ ସି ଡ଼ବ୍ଲ୍ୟୁସିକୁ ହସ୍ତାନ୍ତର କରିଥିବା ଜିଲ୍ଲା ଶ୍ରମ ଅଧିକାରୀ କହିଛନ୍ତି ।

ଇଟିଭି ଭାରତ,ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.