ETV Bharat / state

କାର ଦୁର୍ଘଟଣା ଗ୍ରସ୍ତ: ମା' ମୃତ, ମାମୁଁ-ଭାଣିଜୀ ଗୁରୁତର - ମାମୁଁ ଭାଣିଜୀ

କାର ଦୁର୍ଘଟଣାରେ ମହିଳା ମୃତ ଓ ତାଙ୍କ ଝିଅ ସମେଥ ଭାଇ ଗୁରୁତର । ଠିଆ ହୋଇଥିବା ଏକ ଟ୍ରକ ପଛରେ ମାରୁତି କାର ଧକ୍କା ଦେଇଥିଲା । ଫଳରେ ଦୁର୍ଘଟଣା ଘଟିଛି ।

ମାମୁଁ-ଭାଣିଜୀ ଗୁରୁତର
ମାମୁଁ-ଭାଣିଜୀ ଗୁରୁତର
author img

By

Published : Jul 9, 2020, 12:25 AM IST

ଢେଙ୍କାନାଳ: କମାକ୍ଷାନଗର ରାସ୍ତାର ମହୁଲି ଛକରେ କାର ଦୁର୍ଘଟଣା । ଏହି ଦୁର୍ଘଟଣାରେ ମହିଳା ମୃତ ଓ ତାଙ୍କ ଝିଅ ସମେଥ ଭାଇ ଗୁରୁତର । ଠିଆ ହୋଇଥିବା ଏକ ଟ୍ରକ ପଛରେ ମାରୁତି କାର ଧକ୍କା ଦେଇଥିଲା । ଫଳରେ ଦୁର୍ଘଟଣା ଘଟିଛି ।

ସୂଚନା ଯେ, ଭୁବନେଶ୍ୱରରୁ ରାଉରକେଲା ବଣେଇ ଅଞ୍ଚଳରୁ ଫେରୁଥିବା ଏକ ମାରୁତି କାର ଦୁର୍ଘଟଣା ଗ୍ରସ୍ତ ହୋଇଛି । ଢେଙ୍କାନାଳ କମାକ୍ଷାନଗର ରାସ୍ତାର ମହୁଲି ଛକ ଠାରେ ଠିଆ ହୋଇଥିବା ଏକ ଟ୍ରକ ପଛରେ କାରଟି ଧକ୍କା ଦେଇଥିଲା । ଫଳରେ କାରରେ ଥିବା ଜଣେ ଶିଶୁ ସମେତ ତିନି ଜଣଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନା ଭର୍ତି କରାଯାଇଥିଲା ।

ହସ୍ପିଟାଲ ରାସ୍ତାରେ କାରରେ ଥିବା ଦମୟନ୍ତୀ ବେହେରା ନାମକ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଦମୟନ୍ତୀଙ୍କ ୯ବର୍ଷର ଝିଅ ଶୁଭଲଷ୍ମୀ ଓ ତାଙ୍କ ଭାଇ ଶିବ ପ୍ରସାଦ ଜେନା ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ମାମୁଁ ଭାଣିଜୀଙ୍କୁ କଟକ ଏସସିବିକୁ ସ୍ଥାନାନ୍ତରିତ କରାଯାଇଛି । ମୃତାହତ ମାନେ ସମସ୍ତେ ଭୁବନେଶ୍ୱରରୁ ନିଜ ଘର ବଣେଇକୁ ଫେରୁଥିଲେ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.