ETV Bharat / state

କୂଅରୁ ସୁରକ୍ଷିତ ଉଦ୍ଧାର ହେଲା ବଳଦ

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ବିଦୁରୁପାଲି ଠାରେ ଏକ ବଳଦ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚିପାରିଛି। ଅଧିକ ପଢନ୍ତୁ...

କୂଅରୁ ସୁରକ୍ଷିତ ଉଦ୍ଧାର ହେଲା ବଳଦ
କୂଅରୁ ସୁରକ୍ଷିତ ଉଦ୍ଧାର ହେଲା ବଳଦ
author img

By

Published : Jun 13, 2021, 8:31 PM IST

ସୁବର୍ଣ୍ଣପୁର: ରଖେ ହରି ତ ମାରେ କିଏ ? ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ବିଦୁରୁପାଲି ଠାରେ ଏକ ବଳଦ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚିପାରିଛି। ବିଦୁରୁପାଲି ଗାଁର ଦେବେନ୍ଦ୍ର ଶତପଥୀ ନିଜ ବିଲରେ ଏକ କୁଅ ଖୋଳିଥିବା ବେଳେ ରିଙ୍ଗ୍ ପକାଇ ସାରିଥିଲେ । ତେବେ କୂଅ ପାଖରେ ଚରୁ ଚରୁ ଏକ ବଳଦ କୁଅ ଭିତରେ ପଡିଯାଇଥିଲା।

କୂଅରୁ ସୁରକ୍ଷିତ ଉଦ୍ଧାର ହେଲା ବଳଦ

ଆଖପାଖରେ ଥିବା କିଛି ଲୋକ ବଳଦ କୂଅରେ ପଡି ଯାଇଥିବା ଦେଖିବାକୁ ପାଇଥିଲେ । ଏନେଇ ଉଲୁଣ୍ଡା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀମାନେ ଦୀର୍ଘ ଦେଢ ଘଣ୍ଟା ପରିଶ୍ରମ କରି ବଳଦକୁ କୂଅ ଭିତରୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛନ୍ତି ।

ପ୍ରାୟ 30 ଫୁଟ ଗଭୀର କୂଅ ଭିତରେ ପଡିଥିଲେ ବି ବଳଦକୁ ଅକ୍ଷତ ଭାବେ ଅଗ୍ନିଶମ କର୍ମଚାରୀମାନେ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି। ବଳଦଟି ଏବେ ସୁସ୍ଥ ଥିବା ଜଣାପଡିଛି।

ନିଜ ଜମିରେ ଏପରି ଖୋଲା କୂଅ କରି ବାଡ଼ ଦେଇ ନଥିବାରୁ ଲୋକେ ଏହାକୁ ସମାଲୋଚନା କରୁଥିବା ବେଳେ ଅଗ୍ନିଶମ କର୍ମଚାରୀଙ୍କୁ ପ୍ରଶଂସା କରିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.