ETV Bharat / state

ଧାନକିଣାରେ ସଲାସୁତୁରା ନେଇ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ

author img

By

Published : Jul 1, 2021, 9:23 PM IST

ରାଜ୍ୟରେ ଧାନ କିଣା ପ୍ରସଙ୍ଗକୁ ନେଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଲା ଢେଙ୍କାନାଳ ବିଜେପି । ଖାଲି ସେତିକି ନୁହେଁ, ଏହାକୁ ନେଇ ଢେଙ୍କାନାଳ ଜିଲ୍ଲାର ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛି ବିଜେପି । ଅଧିକ ପଢ଼ନ୍ତୁ...

ଧାନକିଣାରେ ସଲାସୁତୁରା ନେଇ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ
ଧାନକିଣାରେ ସଲାସୁତୁରା ନେଇ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ

ଢେଙ୍କାନାଳ: ରାଜ୍ୟରେ ଧାନ କିଣା ପ୍ରସଙ୍ଗକୁ ନେଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଲା ଢେଙ୍କାନାଳ ବିଜେପି । ଖାଲି ସେତିକି ନୁହେଁ, ଏହାକୁ ନେଇ ଢେଙ୍କାନାଳ ଜିଲ୍ଲାର ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛି ବିଜେପି । ରାଜ୍ୟ ସରକାରଙ୍କ ଧାନ କିଣା ଏକ ପ୍ରହସନ ପାଲଟିଛି ବୋଲି ଅଭିଯୋଗ କରିଛି ବିଜେପି ।

ଢେଙ୍କାନାଳ ଜିଲ୍ଲାରେ ବିଭାଗୀୟ ଅଧିକାରୀ ଓ ମିଲରଙ୍କ ମଧ୍ୟରେ ସଲାସୁତୁରା ହେଉଛି । ଯାହା ଫଳରେ ଚାଷୀ ଟୋକନ ପାଇ ମଧ୍ୟ ମଣ୍ଡିରେ ଧାନ ବିକ୍ରି କରି ପାରୁନାହାଁନ୍ତି । ଫଳରେ ଚାଷୀମାନେ ଶାଗମାଛ ଦରରେ ଧାନ ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି । ଏହାଦ୍ବାରା ଚାଷୀ ହତାଶ ହୋଇ ପଡିଥିବାବେଳେ ଦଲାଲ ଫାଇଦାରେ ରହୁଛନ୍ତି ବୋଲି ଅଭିଯୋଗ କରିଛି ବିଜେପି ।

ଏହାକୁ ନେଇ ବିଜେପି ଆନ୍ଦୋଳନକୁ ଓହ୍ଲାଇଛି । ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିବା ସହ ମହିଷାପାଟରେ 55 ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲା ବିଜେପି । ଫଳରେ ଜାତୀୟ ରାଜପଥରେ ଗାଡିମଟର ଚଳାଚଳ ସମ୍ପୂର୍ଣ୍ଣ ଠପ ହୋଇଯାଇଥିଲା । ଦୁଇ ଘଣ୍ଟା ଧରି କଟକ ସମ୍ବଲପୁର ମଧ୍ୟରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।

ଖବର ପାଇ ଘଟଣାସ୍ଥଳରେ ବର ପାଇ ଟାଉନ ପୋଲିସ ପହଞ୍ଚି ଆନ୍ଦୋଳନରତ ବିଜେପି କର୍ମୀ ଓ ଚାଷୀଙ୍କୁ ବୁଝାସୁଝା କରିଥିଲା । ଏହାପରେ ରାସ୍ତାରୋକରୁ ଓହରିଥିଲେ ବିଜେପି କର୍ମୀ । ସେପଟେ ଢେଙ୍କାନାଳ ଜିଲ୍ଲାରେ ସଠିକ ଢଙ୍ଗରେ ଧାନ କିଣା ଯାଇଛି ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ନିରୋଦ ରଞ୍ଜନ ଦାଶ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.