ଢେଙ୍କାନାଳ: ପୌର ପରିଷଦର ନବ ନିର୍ବାଚିତ ଅଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ବାସଭବନ ଉପରେ ବୋମା ମାଡ଼ ପ୍ରସଙ୍ଗ । ବାସ୍ତବ ସ୍ଥିତି ଅନୁଧ୍ୟାନ ପାଇଁ ବିଜେପିର ୪ ଜଣିଆ ପ୍ରତିନିଧି ଦଳ ଆଜି(ସୋମବାର) ଢେଙ୍କାନାଳ ଗସ୍ତ କରିଛନ୍ତି । ଏହି ପ୍ରତିନିଧି ଦଳରେ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ସାମିଲ ଥିବା ଜଣାପଡ଼ିଛି ।
ଏହି ପ୍ରତିନିଧି ଦଳରେ ବିଧାୟକ ଲଳିତେନ୍ଦୁଙ୍କ ସମେତ ଡ.ମୁକେଶ ମହାଲିଙ୍ଗ, ରାଜ୍ୟ ଉପ ସଭାପତି ପ୍ରଭାତୀ ପରିଡ଼ା ଏବଂ ଅନିତା ଶୁଭଦର୍ଶିନୀ ପ୍ରମୁଖ ସାମିଲ ରହିଛନ୍ତି । ଶନିବାର ଢେଙ୍କାନାଳରେ ଏହି ଆକ୍ରୋଶମୂଳକ ଘଟଣା ଦେଖିବାକୁ ମିଳିଥିଲା । ଢେଙ୍କାନାଳ ମ୍ୟୁନିସପାଲିଟିର ପୌରଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ବାସଭବନ ଉପରେ ବୋମାମାଡ଼ ହୋଇଥିଲା । ହେଲେ ସବୁ ଦେଖି ଢେଙ୍କାନାଳ ଟାଉନଥାନା ପୋଲିସ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଥିଲା ।
ଏହା ବି ପଢନ୍ତୁ- ପୁଣି ପୌରଧ୍ୟକ୍ଷାଙ୍କ ଘର ଆଗରେ ବୋମା ମାଡ଼, ନିରବଦ୍ରଷ୍ଟା ଟାଉନ ପୋଲିସ
ଏହାପୂର୍ବରୁ ଗତ ୩୦ତାରିଖ ରାତିରେ ୫ରାଉଣ୍ଡ ଫାଙ୍କା ଗୁଳି ଚାଳନା ଓ ହତ୍ୟା ଧମକ ପରେ ପୁଣି ଶନିବାର ରାତି ପ୍ରାୟ ସାଢ଼େ ଗୋଟାଏ ସମୟରେ ପୌର ଅଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ସିମିଳିଆସ୍ଥିତ ବାସ ଭବନ ଉପରେ ହୋଇଛି ବୋମା ମାଡ଼ ହୋଇଥିଲା । ଏହାର ଭୟାନକ ଦୃଶ୍ୟ ମଧ୍ୟ ସିସିଟିଭିରେ କଏଦ ହୋଇଥିଲା । ମୁଖ୍ୟ ଅଭିଯୁକ୍ତ ୩ଜଣଙ୍କୁ ଟାଉନ ପୋଲିସ ଗିରଫ କରିପାରିନଥିବାରୁ ଏପରି ଆତଙ୍କରାଜ ଚଳାଇଥିବା କୁହାଯାଉଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ