ETV Bharat / state

ଭୁବନ ଏନଏସିର ବିଭିନ୍ନ ସମସ୍ୟା ନେଇ ବିଜେପିର ଦାବିପତ୍ର, ସମାଧାନ ନହେଲେ ଆନ୍ଦୋଳନ

author img

By

Published : Mar 17, 2021, 6:07 PM IST

ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦଟି ଦିନକୁ ଦିନ ବିଭିନ୍ନ ସମସ୍ୟାକୁ ନେଇ ବିଜେପିର ଦାବିପତ୍ର । ଅଧିକ ପଢନ୍ତୁ....

ଭୁବନ ଏନଏସିର ବିଭିନ୍ନ ସମସ୍ୟା ନେଇ ବିଜେପିର ଦାବିପତ୍ର, ସମାଧାନ ନହେଲେ ଆନ୍ଦଳୋନ ଚେତାବନୀ

ଢେଙ୍କାନାଳ: ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଦିନକୁ ଦିନ ବିଭିନ୍ନ ସମସ୍ୟାରେ ଘେରରେ ଛନ୍ଦି ହେଉଥିବା ଦର୍ଶାଇ ବିଜେପି ପକ୍ଷରୁ ଏକ ଦାବିପତ୍ର ଦିଆଯାଇଛି । ଏହି ଦାବିପତ୍ରରେ କେନ୍ଦ୍ର ସରକାରଙ୍କ ଯୋଜନାରେ ସ୍ବଚ୍ଛ ଭାରତ ମିଶନ ଦେୟମୁକ୍ତ ଥିବାବେଳେ ଏଠାରେ ଅଳିଆ ଉଠାଇନେବା ନିମନ୍ତେ ରାଜ୍ୟ ସରକାରଙ୍କ ଦେୟଯୁକ୍ତ ଟିକସ ଆଦାୟକୁ ବିଜେପି ନିନ୍ଦା କରିଛି । କରୋନା କାଳରେ ଆକାଶଛୁଆଁ ଦରଦାମ ବେଳେ ଏହି ଟିକସ ଜନବିରୋଧୀ ବୋଲି କହିଛି ବିଜେପି । ଏଥିସହିତ ପାନୀୟଜଳ,ବିଦ୍ୟୁତ,ରାସ୍ତାଘାଟ ଓ ପରିଚ୍ଛନତା ବ୍ୟବସ୍ଥା ସୁଚାରୁରୂପେ ହେଉ ନଥିବା ବିଜେପି କହିଛି ।

ନିର୍ମାଣ ହୋଇଥିବା ଶୌଚାଳୟ ଗୁଡିକରେ ବର୍ଷ ବର୍ଷ ଧରି ତାଲା ଝୁଲୁଥିବାରୁ,ଏହା କାହା ସ୍ବାର୍ଥରେ ବୋଲି ବିଜେପି ପକ୍ଷରୁ ପ୍ରଶ୍ନ କରାଯାଇଛି । ଏ ସଂକ୍ରାନ୍ତ ଏକ ଦାବିପତ୍ର ଏନଏସି ନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ତେବେ ଏହି ସମସ୍ୟା ଗୁଡିକର ସମାଧାନ ନହେଲେ ଆଗାମୀ ଦିନରେ ଏହାକୁ ନେଇ ରାଜରାସ୍ତାକୁ ଓହ୍ଲାଇବ ବୋଲି ବିଜେପି ଚେତାବନୀ ଦେଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.