ETV Bharat / state

ଏବର୍ଷ ଭୁବନର ଐତିହାସିକ ବଳଦଯାତ୍ରା ବନ୍ଦ - bullock festival

ଢେଙ୍କାନାଳ ଜିଲ୍ଲାର ଐତିହାସିକ ଭୁବନ ବଳଦଯାତ୍ରା ଚଳିତ ବର୍ଷ ବନ୍ଦ ।କେବଳ ପରମ୍ପରା ରଖିବାକୁ ବାଜିବ ଦୁଇଟି ଢୋଲ । ଅଧିକ ପଢନ୍ତୁ..

ଏ ବର୍ଷ  ଭୁବନର  ଐତିହାସିକ ବଳଦଯାତ୍ରା ବନ୍ଦ
ଏ ବର୍ଷ ଭୁବନର ଐତିହାସିକ ବଳଦଯାତ୍ରା ବନ୍ଦ
author img

By

Published : Oct 10, 2020, 8:32 PM IST

ଢେଙ୍କାନାଳ: କୋରୋନା ଯୋଗୁଁ ହେବନି ଐତିହାସିକ ଭୁବନ ବଳଦଯାତ୍ରା । ଏ ନେଇ ଶନିବାର ଭୁବନ ଥୋରିଆ ସମାଜ ଓ ପ୍ରଶାସନର ମିଳିତ ବୈଠକରେ ନିଷ୍ପତ୍ତି ନିଆଯାଇଛି । ତେବେ କେବଳ ପରମ୍ପରା ରଖିବାକୁ ବାଜିବ ଦୁଇଟି ଢୋଲ ।

ଏ ବର୍ଷ ଭୁବନର ଐତିହାସିକ ବଳଦଯାତ୍ରା ବନ୍ଦ

ରାଜ୍ୟ ତଥା ଏସିଆ ମହାଦେଶର ସର୍ବ ବୃହତମ ଗ୍ରାମ ଭୁବନରେ କେଉଁ ଆବାହମାନ କାଳରୁ ଚାଲିଆସୁଥିବା ଥୋରିଆ ସମାଜ ପରମ୍ପରାରେ ଚଳିତ ବର୍ଷ କୋରୋନା କଟକଣା ପରିବର୍ତ୍ତନ ଆଣିଛି । ଫଳରେ ପରମ୍ପରା ମୁତାବକ ପାଳିତ ହୋଇ ଆସୁଥିବା ଐତିହାସିକ ବଳଦ ଯାତ୍ରାକୁ ମହାମାରୀ କୋରନା ସଂକ୍ରମଣ ଆଶଙ୍କାରେ ପ୍ରଥମଥର ପାଇଁ ବନ୍ଦ କରିବା ପାଇଁ ନିଷ୍ପତି ହୋଇଛି। ଏହି ଉପଲକ୍ଷେ ଭୁବନ ଏନଏସି ସଭାଗୃହରେ ଆୟୋଜିତ ଶାନ୍ତି କମିଟି ବୈଠକରେ ପ୍ରଶାସନ ଓ ଥୋରିଆ ସମାଜ ତଥା ଭୁବନ ଗ୍ରାମବାସୀଙ୍କୁ ନେଇ ମିଳିତଭାବେ ଆୟୋଜିତ ବୈଠକରେ ଏହି ନିଷ୍ପତି ହୋଇଛି।

ତେବେ କେବଳ ପରମ୍ପରାକୁ ରକ୍ଷା କରିବାକୁ ଥୋରିଆ ସମାଜ ଓ ବଳଦିଆ ଭାଇଙ୍କୁ ନିରାଡମ୍ବର ସହକାରେ ଦୁଇଟି ଢୋଲ ବାଜିବ । କେବଳ ଅନୁକୂଳ ଯାତ୍ରା କରି ଜଗନ୍ନାଥଙ୍କ ନିକଟରେ ବନ୍ଦାପନା ପରେ ଘରକୁ ଫେରିବା ପାଇଁ ନିଷ୍ପତି କରାଯାଇଛି। ଅପରପକ୍ଷରେ ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ରହି ପୂଜା ମଣ୍ଡପ ଗୁଡିକରେ କେବଳ ନୀତିକାନ୍ତି ମଧ୍ୟରେ ମାଁ ଦୁର୍ଗାଙ୍କର ପୂଜାତ୍ସଵ ପାଳିବା ଓଏକାଦଶୀ ଦିନ ନିଜ ନିଜ ବ୍ୟବସ୍ଥାରେ ମୂର୍ତ୍ତୀ ବିସର୍ଜନ କରିବା ପାଇଁ ମଧ୍ୟ ନିଷ୍ପତି ହୋଇଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.