ETV Bharat / state

ମହାମାରୀ ଭାଙ୍ଗି ଦେଇଛି ଭିକ୍ଷାଥାଳ, ଦୁର୍ଦ୍ଦଶାରେ କଟୁଛି ଭିକ୍ଷୁକଙ୍କ ଜୀବନ

ମହାମାରୀ କୋରୋନା ଭାଙ୍ଗି ଦେଇଛି ଭିକ୍ଷାବୃତ୍ତି କରି ବଞ୍ଚୁଥିବା ଲୋକଙ୍କ ଭିକ୍ଷା ଥାଳ । ଭିକ ମୁଠାଏ ପାଇଁ ଗଲେ କେହି ପାଖରେ ଦେଉନାହାଁନ୍ତି, କି ଭିକ ଗଣ୍ଡେ ଦେଉନାହାଁନ୍ତି । ଫଳରେ ଦିନକୁ ଦିନ ଏମାନଙ୍କ ଦୁର୍ଦ୍ଦଶା ବଢିଚାଲିଛି । ଦେଖନ୍ତୁ ରିପୋର୍ଟ...

ମହାମାରୀ ଭାଙ୍ଗି ଦେଇଛି ଭିକ୍ଷା ଥାଳ, ଦୁର୍ଦ୍ଦଶାରେ କଟୁଛି ଭିକ୍ଷୁକଙ୍କ ଜୀବନ

author img

By

Published : Jun 29, 2020, 2:47 PM IST

ଢେଙ୍କାନାଳ: ଭିକ୍ଷାବୃତ୍ତିରେ ଲକ୍ଷ୍ମଣରେଖା ଟାଣିଛି ଲକ୍‌ଡାଉନ୍‌ । ମାଗିବାକୁ ଗଲେ ସମସ୍ତେ ଦୂର ଦୂର କହୁଛନ୍ତି । ଦିନେ ଖାଇଲେ ଦୁଇ ଦିନ ଉପାସ ରହିବାକୁ ପଡୁଛି । ତୁଣ ଖାଇଲେ ଲୁଣ ନାହିଁ । କି ଲୁଣ ଖାଇଲେ ତୁଣ ନାହିଁ । ସତେ ଯେପରି କୋରୋନା ଏମାନଙ୍କ ଭିକ୍ଷାଥାଳ ଛଡାଇ ନେଇଛି । ଆଉ ଭୋକର ଭୂଗୋଳରେ ଆଉଟପାଉଟ ହେଉଛନ୍ତି ଏମାନେ । ହେଲେ ଶୁଣିବାକୁ କେହି ନାହିଁ । ଢେଙ୍କାନାଳ ଷ୍ଟେସନ ତଳି ଅଞ୍ଚଳରେ ଥିବା ଭିକାରୀ ବସ୍ତିରେ ଏପରି ଦେଖିବାକୁ ମିଳିଛି ।

ମହାମାରୀ ଭାଙ୍ଗି ଦେଇଛି ଭିକ୍ଷା ଥାଳ, ଦୁର୍ଦ୍ଦଶାରେ କଟୁଛି ଭିକ୍ଷୁକଙ୍କ ଜୀବନ

ବସଷ୍ଟାଣ୍ଡ, ରେଲୱେ ଷ୍ଟେସନ, ଦୋକାନ ବଜାର ପ୍ରାୟତଃ ବନ୍ଦ ଥିବାରୁ ଏମାନଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି । ଗାଁ ଗଣ୍ଡାକୁ ମାଗିବାକୁ ଗଲେ ଖାଲି ହାତରେ ଫେରିବାକୁ ପଡୁଛି । କେହି କିଛି ଦେବା ତ ଦୂରର କଥା, ପାଖରେ ପୂରାଇ ଦେଉନାହାଁନ୍ତି ।

ଚିରା ଫଟା ପଲିଥିନ ଘେରା କୁଡିଆରେ ଏମାନଙ୍କ ଜୀବନ ବିତୁଛି । ତା ସହିତ ମୁଣ୍ଡ ଉପରେ ଧୁ ଧୁ ଖରା ଓ ପେଟରେ ଭୋକର ଜ୍ବାଳା ଅସହ୍ୟ ହୋଇଛି । ଭିକ ମୁଠାଏ ଆଣିଲେ ଏମାନଙ୍କ ଚୁଲ୍ଲି ଜଳେ । ଆଉ ଏପରି ଅବସ୍ଥାରେ ଏମାନଙ୍କ ପାଇଁ ମୁଠାଏ ଚାଉଳ ସ୍ବପ୍ନ ପାଲଟିଯାଇଛି । ବସ୍ତିରେ ପ୍ରାୟ 25 ଟି ପରିବାରର 70ରୁ 80 ଜଣଙ୍କ ମଧ୍ୟରେ ଅଧିକାଂଶ କୁନି କୁନି ପିଲା ରହିଛନ୍ତି । ହେଲେ ଭିକ ଗଣ୍ଡାଏ ମିଳୁନଥିବାରୁ ଛୋଟ ଛୋଟ ପିଲାଙ୍କ ମୁହଁରେ ମଧ୍ୟ ଦାନା ଦେଇ ପାରୁନାହାଁନ୍ତି ଏମାନେ । ସକାଳ ହେଲେ ଏହି କୁନି କୁନି ପିଲାଙ୍କ ପାଟିରେ ମୁଠାଏ ଦେଇ କିପରି ସେମାନଙ୍କ ଜୀବନ ବଞ୍ଚାଇ ରଖିବେ ସେହି ଚିନ୍ତାରେ ଜୀବନ କାଟୁଛନ୍ତି ଏମାନେ ।

ସେପଟେ ସରକାରୀ ବାବୁମାନେ ଏମାନଙ୍କ କଥା ବୁଝିବା ତ ଦୂରେ ଥାଉ ପୌର ଅଧିକାରୀଙ୍କ ପାଖରେ ଏମାନଙ୍କ ସଠିକ ତଥ୍ୟ ମଧ୍ୟ ନାହିଁ । ତେବେ ମହାମାରୀ କୋରୋନା ଦିନକୁ ଦିନ ବଢୁଥିବାବେଳେ ଏମାନଙ୍କ ପରିସ୍ଥିତି ଆଗକୁ କଣ ହେବ । ଏମାନେ କିପରି ବଞ୍ଚିବେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.