ETV Bharat / state

ଢେଙ୍କାନାଳରେ ମାତିଲା ଭାଲୁ: ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର - dhenkanal news

କାମାକ୍ଷାନଗର ଥାନା ବ୍ରାହ୍ମଣିଆ ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ମୃତ, ଅନ୍ୟଜଣେ ଗୁରୁତର । ଅଧିକ ପଢନ୍ତୁ...

ଭାଲୁ ଆକ୍ରମଣ ଜଣେ ମୃତ, ଜଣେ ଗୁରୁତର
ଭାଲୁ ଆକ୍ରମଣ ଜଣେ ମୃତ, ଜଣେ ଗୁରୁତର
author img

By

Published : Jun 24, 2021, 12:03 PM IST

ଢେଙ୍କାନାଳ: ଭାଲୁ ଆକ୍ରମଣରେ ଜଣେ ମୃତ ଅନ୍ୟଜଣେ ଗୁରୁତର । ଏଭଳି ଏକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଳା କାମାକ୍ଷାନଗର ଥାନା ବ୍ରାହ୍ମଣିଆ ଗ୍ରାମରେ । ମୃତକ ଜଣଙ୍କ ହେଲେ କାମାକ୍ଷାନଗର ଥାନା ବ୍ରାହ୍ମଣିଆ ଗ୍ରାମର ଧରମା ନାୟକ ଓ ଆହତ ଜଣଙ୍କ ହେଲେ ପବିତ୍ର ନାୟକ ।

ଭାଲୁ ଆକ୍ରମଣ ଜଣେ ମୃତ, ଜଣେ ଗୁରୁତର

ସୂଚନା ଅନୁସାରେ ଉଭୟ ଗାଁ ପାଖ ଜଙ୍ଗଲକୁ ଯାଇଥିବା ବେଳେ ଭାଲୁ ହାବୁଡ଼ରେ ପଡିଯାଇଥିଲେ l ଫଳରେ ଭାଲୁ ଉଭୟଙ୍କୁ ଆକ୍ରମଣ କରିଥିଲା l ଆକ୍ରମଣରେ ଧରାମାଙ୍କ ଡାହାଣ ଆଖି, ବାମ କାନ୍ଧରେ ଗଭୀର ଆଘାତ ଲାଗିଥିବା ବେଳେ ପବିତ୍ରଙ୍କ ବାମହାତ ଓ ବାମ ଗୋଡରେ ଗଭିର କ୍ଷତ ସୃଷ୍ଟି ହୋଇଛି l ଗ୍ରାମବାସୀ ଉଭୟଙ୍କୁ ଉଦ୍ଧାର କରି ତୁରନ୍ତ ଆମ୍ବୁଲାନ୍ସ ଯୋଗେ ତାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଇଥିଲେ l

ସେଠାରେ ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ତୁରନ୍ତ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ପରେ ଧରମାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇପଡିବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା । ତେବେ କଟକରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.