ETV Bharat / state

ବଳରାମ ଜୀଉ ମନ୍ଦିର: ସେବାୟତ କୋରୋନା ଆକ୍ରାନ୍ତ - ଢେଙ୍କାନାଳର ଆରାଧ୍ୟ ବଳରାମ ଜୀଉ

ଢେଙ୍କାନାଳର ଆରାଧ୍ୟ ବଳରାମ ଜୀଉଙ୍କ ମନ୍ଦିରରେ ଜଣେ ସେବାୟତ କୋରୋନା ସଂକ୍ରମିତ ହୋଇଥିବାରୁ ମନ୍ଦିରକୁ ସାନିଟାଇଜ କରାଯାଇଛି ।

corona
ସେବାୟତ କୋରୋନା ଆକ୍ରାନ୍ତ
author img

By

Published : Jul 6, 2020, 11:51 AM IST

ଢେଙ୍କାନାଳ: ସେବାୟତ କୋରୋନା ଆକ୍ରାନ୍ତ । ଢେଙ୍କାନାଳର ଆରାଧ୍ୟ ବଳରାମ ଜୀଉଙ୍କ ମନ୍ଦିରରେ ଜଣେ ସେବାୟତ କୋରୋନା ସଂକ୍ରମିତ ହୋଇଥିବାରୁ ମନ୍ଦିରକୁ ସାନିଟାଇଜ କରାଯାଇଛି ।

ସେବାୟତ ପୂର୍ବରୁ କର୍କଟ ରୋଗରେ ପୀଡିତ ହୋଇ ଚିକିତ୍ସିତ ହୋଇଥିବାବେଳେ ଭୁବନେଶ୍ୱରରେ ସ୍ୱାବ ଟେଷ୍ଟ ଦେଇ ଢେଙ୍କାନାଳକୁ ଫେରିଥିଲେ । ମାତ୍ର ରବିବାର ତାଙ୍କ କୋରୋନା ରିପୋର୍ଟ ପଜେଟିଭ ଆସିଛି । ଫଳରେ ତାଙ୍କୁ କଟକ ଅଶ୍ୱିନୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।

ସେବାୟତ କୋରୋନା ଆକ୍ରାନ୍ତ

ଏପଟେ ସେ ଗତ ଗୁଣ୍ଡିଚା ଅବସରରେ ବଳରାମ ମନ୍ଦିରରରେ ନୀତିକାନ୍ତି କରିନଥିଲେ ମଧ୍ୟ ମନ୍ଦିରକୁ ଯାଇଥିଲେ ବୋଲି ଜଣାପଡିଛି । ଫଳରେ ବଳରାମ ମନ୍ଦିରକୁ ପୌର ପ୍ରଶାସନ ପକ୍ଷରୁ ସାନିଟାଇଜ କରାଯାଇଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ତାଙ୍କ ପରିବାର ତଥା ଲୋକମାନଙ୍କୁ ପ୍ରଶାସନ ପକ୍ଷରୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.