ETV Bharat / state

ସଙ୍କଟର ସାଥୀ ବଜରଙ୍ଗ ଯୁବଗୋଷ୍ଠୀ, ପଶୁଙ୍କ ପେଟରେ ଦେଉଛନ୍ତି ଦାନା

author img

By

Published : Apr 24, 2020, 4:13 PM IST

Updated : Apr 26, 2020, 4:59 PM IST

କୋରୋନା ପାଇଁ ଲକଡାଉନରେ କି ମଣିଷ କି ପଶୁପକ୍ଷୀ ଦାନା ଗଣ୍ଡେ ପାଇଁ ଚାରିଆଡେ ସଂଘର୍ଷ। ପେଟରେ ଓଦା କନା ପକାଇବି ଖୋଲା ଆକାଶତଳେ ରାତି କାଟୁଛନ୍ତି ଲକ୍ଷ ଲକ୍ଷ ବେସାହାରା ମଣିଷ। ହେଲେ ଏସବୁ ଭିତରେ ଦରଦୀ ମଣିଷଟେ କଥା କହିପାରୁନଥିବା ପଶୁପକ୍ଷୀଙ୍କ ପେଟ କଥା ବୁଝୁଛି। ଅଧିକ ଖବର ପଢନ୍ତୁ...

Bajrang's youth understand the hungry animals stomach
ସଙ୍କଟର ସାଥୀ, ଭୋକିଲା ପଶୁଙ୍କ ପେଟ କଥା ବୁଝୁଛନ୍ତି ବଜରଙ୍ଗ ଯୁବଗୋଷ୍ଠୀ

ଢେଙ୍କାନାଳ: କୋରୋନା ନେଇ ଲକଡାଉନର ପ୍ରଭାବ ଖାଲିଯେ ମଣିଷ ଉପରେ ପଡିଛି ତା' ନୁହେଁ। ବୁଲା ଗାଈଗୋରୁ ଓ କୁକୁର ଏଥିପାଇଁ ଯଥେଷ୍ଟ ପ୍ରଭାବିତ ହୋଇଛନ୍ତି। ଏପରିସ୍ଥଳେ ଏହି କଥା କହିପାରୁନଥିବା ଜୀବ ମାନଙ୍କର ଅକୁହା କଥାକୁ ଠିକ ଭାବରେ ବୁଝି ପାରିଛନ୍ତି ବଜରଙ୍ଗ କ୍କବର ଯୁବଗୋଷ୍ଠୀ । ଢେଙ୍କାନାଳର ଏହି ଯୁବଗୋଷ୍ଠୀ ଏହି ଜୀବଜନ୍ତୁଙ୍କ ମୁହଁରେ ଆହାରା ଦେବା ପାଇଁ ନିଜର ଉଦ୍ୟମ ଜାରି ରଖିଛନ୍ତି ।

ସଙ୍କଟର ସାଥୀ ବଜରଙ୍ଗ ଯୁବଗୋଷ୍ଠୀ, ପଶୁଙ୍କ ପେଟରେ ଦେଉଛନ୍ତି ଦାନା

ମହାମାରୀ କୋରୋନା ପାଇଁ କଡା କଟକଣାରେ ବୁଲା ଗାଇଗୋରୁ ଓ କୁକୁରଙ୍କ ଉପରେ ଅପେକ୍ଷାକୃତ ପ୍ରଭାବ ପକାଇଛି। ଲକଡାଉନ ଯୋଗୁଁ ଦୋକାନ ବଜାର ଓ ହୋଟେଲ ଆଦି ସବୁ ବନ୍ଦ। ସାଧାରଣ ଲୋକ ବାହାରକୁ ବାହାରିବା ମନା। ଏସବୁ ଭିତରେ ବିଭିନ୍ନ ହୋଟେଲ ଦୋକାନ ବଜାରର ବଳକା ଖାଦ୍ୟରୁ ଜୀବନ ବଞ୍ଚାଇ ନେଉଥିବା ବିଚରା ବୁଲା ଗାଇଗୋରୁ ଠାରୁ ଆରମ୍ଭ କରି କୁକୁର ଯାଏ ସମସ୍ତଙ୍କ ଅବସ୍ଥା ସଙ୍ଗୀନ।

ଢେଙ୍କାନାଳର ଅନ୍ୟତମ ସାମାଜିକ ଯୁବଗୋଷ୍ଠୀ ବଜରଙ୍ଗ ନାମକ କ୍ଲବର ସଦସ୍ୟମାନେ ଏହି ଜୀବମାନଙ୍କ ସେବାପାଇଁ ଅଣ୍ଟା ଭିଡିଛନ୍ତି। ଲକଡାଉନ ଆରମ୍ଭ ହେବା ଦିନରୁ ଢେଙ୍କାନାଳ ସହରର ଓ ଆଖପାଖ ଅଞ୍ଚଳର ବୁଲା ଗାଇ ଓ କୁକୁରଙ୍କ ପାଖରେ ପହଞ୍ଚି ଯାଉଛନ୍ତି । ଏଥିପାଇଁ ରାତି ପାହିଲେ ବୁଲିବୁଲି ଘରୁଘରୁ ତୋରାଣୀ , ପରିବା ଚୋପା ଠାରୁ ଆରମ୍ଭ କରି ଗହମ ଚୋକଡ, କୁଣ୍ଡା ଓ ଦାନା ଆଦିରେ ପ୍ରସ୍ତୁତ କରିଛନ୍ତି ଗୋରୁ ଗାଈଙ୍କ ଖାଦ୍ୟ। ପରେ ଅପରାହ୍ନ ୨ଟାରୁ ବୁଲା ଗାଈଗୋରୁ ଓ କୁକୁରଙ୍କୁ ଖୁଆଇବା କାର୍ଯ୍ୟରେ ଲାଗିପଡୁଛନ୍ତି।

କଥାରେ ଅଛି ଜୀବେ ଦୟା। ଏହାର ମର୍ମକୁ ସଠିକ ବୁଝିପାରିଥିବା ଏହି ଯୁବଗୋଷ୍ଠୀର ଏପରି ମହାନତାକୁ ବିଭିନ୍ନ ମହଲରେ ବେଶ ପ୍ରୋତ୍ସାତିତ କରୁଛନ୍ତି। ଭୋକିଲାକୁ ଦାନା ଓ ତୃଷାର୍ତ୍ତକୁ ଜଳ ଦେଲେ ଯେତିକି ଆନନ୍ଦ ମିଳେ ତାହା କେଉଁଠି ନଥାଏ। ଆଉ ଏହି ସଙ୍କଟ ସମୟରେ ବଜରଙ୍ଗ ଯୁବଗୋଷ୍ଠୀଙ୍କ ମହତ୍ତ କାର୍ଯ୍ୟ ଅନ୍ୟ ମାନଙ୍କ ପାଇଁ ଉଦାହରଣ।

ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ, ଇଟିଭି ଭାରତ

Last Updated : Apr 26, 2020, 4:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.