ଢେଙ୍କାନାଳ: କପିଳାଶ ଏଲି ଫ୍ୟାଣ୍ଟ ରେସକ୍ୟୁ ସେଣ୍ଟରରେ ଚିକିତ୍ସାଧୀନ ଅବସ୍ଥାରେ ହାତୀ ଛୁଆର ମୃତ୍ୟୁ। କିଛି ଦିନକ ପୂର୍ଵରୁ ସାତକୋଶିଆରୁ ପୀଡିତ ଅବସ୍ଥାରେ କପିଳାଶକୁ ଆସିଥିଲା ହାତୀ ଛୁଆ ।
ହାତୀ ଛୁଆର ବୟସ ୬ବର୍ଷ ହୋଇଥିବା ଜଣାପଡିଛି । ହାତୀ ଛୁଆର ପାଟିରେ ସଂକ୍ରମଣ ଜନିତ କ୍ଷତ ଯୋଗୁଁ ପୀଡିତ ଅବସ୍ଥାରେ ଗତ ୨ତାରିଖରେ ଚିକିତ୍ସା ପାଇଁ କପିଳାଶକୁ ପଠାଯାଇଥିଲା । ତେବେ କପିଳାଶରେ ହାତୀ ଛୁଆର ଚିକିତ୍ସା ଚାଲିଥିବାବେଳେ ସେ କିଛି ଖାଉ ନଥିଲା। ଏନେଇ ଢେଙ୍କାନାଳ ବନଖଣ୍ଡ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି ।