ଢେଙ୍କାନାଳ: ଜିଲ୍ଲା ହିନ୍ଦୋଳ ବନାଞ୍ଚଳର କପିସାହି ଗ୍ରାମ ନିକଟରୁ ଏକ ହାତୀ ଛୁଆର ମୃତଦେହ ଠାବ ହୋଇଛି । କପିସାହି ଆମ୍ବ ତୋଟାରେ ଏହି ହାତୀ ଛୁଆର ମୃତଦେହ ପଡିଥିବା ଗ୍ରାମବାସୀ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ପରେ ହିନ୍ଦୋଳ ବନ କର୍ମଚାରୀମାନେ ପହଞ୍ଚିି ହାତୀ ଛୁଆର ମୃତଦେହ ଉଦ୍ଧାର କରିଛନ୍ତି ।
ତେବେ ମୃତ ହାତୀ ଛୁଆର ବୟସ ୫ ବର୍ଷ ହେବ ବୋଲି ଅନୁମାନ କରାଯାଉଥିବାବେଳେ ଏହା ଏକ ଅଣ୍ଡିରା ହାତୀ ବୋଲି ଜଣାପଡିଛି । ମୃତ୍ୟୁର କାରଣ ଜଣା ପଡ଼ିନାହିଁ । ଘଟଣାରେ ବନ ବିଭାଗ ପକ୍ଷରୁ ହାତୀ ଛୁଆର ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ