ETV Bharat / state

ଅନୁଭବ-ବର୍ଷା ଘରୋଇ କଳି: ସାଂସଦଙ୍କ କୁଶପୁତଳିକା ଦାହ କଲା ବିଜେପି ମହିଳା ମୋର୍ଚ୍ଚା - Anubhav-Barsha controversy

ଆଜି ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ସାଂସଦ ଅନୁଭବ ମହାନ୍ତିଙ୍କ କୁଶପୁତଳିକା ଦାହ କରିବା ସହ ବହିଷ୍କାର ଦାବି କରାଯାଇଛି ।

ଅନୁଭବ-ବର୍ଷା ଘରୋଇ କଳି: ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସାଂସଦଙ୍କ କୁଶପୁତଳିକା ଦାହ

author img

By

Published : Sep 8, 2020, 4:20 PM IST

ଢେଙ୍କାନାଳ: ସୁପରଷ୍ଟାରଙ୍କ ଘରୋଇ କଳି ଧିରେ ଧିରେ ବଢିବାରେ ଲାଗିଛି । ରାଜ୍ୟ ରାଜନୀତି ମଧ୍ୟ ଏଥିରେ ସରଗରମ ହେବାକୁ ଲାଗିଲାଣି । କେନ୍ଦ୍ରପଡା ସାଂସଦଙ୍କୁ ବହିଷ୍କାର ଦାବି ସହ ବିଭିନ୍ନ ସ୍ଥାନରେ ତାଙ୍କୁ ବିରୋଧ କରାଯିବା ଆରମ୍ଭ ହେଲାଣି । ଆଜି ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ସାଂସଦ ଅନୁଭବ ମହାନ୍ତିଙ୍କ କୁଶପୁତଳିକା ଦାହ କରିବା ସହ ବହିଷ୍କାର ଦାବି କରାଯାଇଛି ।

ଅନୁଭବ-ବର୍ଷା ଘରୋଇ କଳି: ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସାଂସଦଙ୍କ କୁଶପୁତଳିକା ଦାହ
କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀଙ୍କ ବିବାଦ ନେଇ ଢେଙ୍କାନାଳରେ ବିଜେପି ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏପରିକି ବର୍ଷାଙ୍କୁ ନ୍ୟାୟ ପ୍ରଦାନ ଦାବି କରି ଢେଙ୍କାନାଳ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ପ୍ରଦର୍ଶନ କରାଯାଇଛି । ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଅନୁଭବଙ୍କୁ ସରକାର ତୁରନ୍ତ ବହିଷ୍କାର କରି ବର୍ଷାଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ ବୋଲି ଦାବି କରିଛନ୍ତି । ପରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସାଂସଦ ଅନୁଭବ ମହାନ୍ତିଙ୍କ କୁଶପୁତଳିକାକୁ ଦାହ କରାଯାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.