ETV Bharat / state

ସିରିଜ ବୋମାମାଡ଼ ଓ ଗୁଳିକାଣ୍ଡ ଘଟଣା, ଅଭିଯୁକ୍ତକୁ ଗିରଫ ଦାବିରେ କାମାକ୍ଷାନଗର ଥାନା ଘେରାଉ - କାମାକ୍ଷାନଗର ସିରିଜ ବୋମାମାଡ଼

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସିରିଜ ବୋମାମାଡ଼ ଓ ଗୁଳକାଣ୍ଡ ଘଟଣାର ଅଭିଯୁକ୍ତଙ୍କୁ ଗିରଫ ଦାବିରେ କାମାକ୍ଷାନଗର ଥାନା ଘେରାଉ କଲେ ଭୀମ ଆର୍ମି ନେତୃତ୍ବରେ ଶତାଧିକ ଲୋକ । ଅଧିକ ପଢ଼ନ୍ତୁ...

agitation by bhim army, agitation in front of kamakshanagar police station, kamakshanagar police station, କାମାକ୍ଷାନଗର ଥାନା ଘେରାଉ, କାମାକ୍ଷାନଗର ସିରିଜ ବୋମାମାଡ଼, ବୋମାମାଡ଼ ଓ ଗୁଳକାଣ୍ଡ ଘଟଣା
ଅଭିଯୁକ୍ତଙ୍କୁ ଗିରଫ ଦାବିରେ କାମାକ୍ଷାନଗର ଥାନା ଘେରାଉ
author img

By

Published : Jun 25, 2021, 7:44 PM IST

ଢେଙ୍କାନାଳ: କାମାକ୍ଷାନଗରରେ ଗତ 16 ତାରିଖ ରାତିରେ ଘଟିଥିବା ସିରିଜ ବୋମା ମାଡ଼ ଓ ଗୁଳିକାଣ୍ଡ ଘଟଣା ନେଇ ପୁଣି ଉତ୍ତେଜନା ପ୍ରକାଶ ପାଇଛି । ଏପରିକି ଗୁଳିକାଣ୍ଡ ଘଟଣାରେ ତୋଫାନ ପାତ୍ର ନାମକ ଜଣେ ଦଳିତ ଯୁବକଙ୍କ ମୃତ୍ୟୁକୁ ନେଇ ରାଜ୍ୟ ଭୀମ ଆର୍ମି ପକ୍ଷରୁ କାମାକ୍ଷାନଗର ଥାନା ଘେରାଉ କରାଯାଇଛି ।

ଅଭିଯୁକ୍ତଙ୍କୁ ଗିରଫ ଦାବିରେ କାମାକ୍ଷାନଗର ଥାନା ଘେରାଉ

ଏହି ଗୁଳିକାଣ୍ଡ ଓ ସିରିଜ ବୋମା ମାଡ଼ ଘଟଣାରେ ଅଭିଯୁକ୍ତ 21 ଜଣଙ୍କ ମଧ୍ୟରୁ ମାତ୍ର 8 ଜଣ ଗିରଫ ହୋଇଥିବା ଜଣାପଡିଛି । ଇତି ମଧ୍ୟରେ 9 ଦିନ ବିତିଯାଇଥିଲେ ମଧ୍ୟ ଅନ୍ୟ 13 ଜଣ ଅଭିଯୁକ୍ତଙ୍କୁ ପୋଲିସ କାହିଁକି ଗିରଫ କରିନାହିଁ ସେନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଶତାଧିକ ମହିଳା ଓ ପୁରୁଷ । ରାଜ୍ୟ ଭୀମ ଆର୍ମିର ନେତୃତ୍ବରେ କାମାକ୍ଷାନଗର ଥାନା ଘେରାଉ କରି ଅଭିଯୁକ୍ତ ମାନଙ୍କ ଗିରଫ ଦାବିରେ ଅଡି ବସିଥିଲେ ଶତାଧିକ ଲୋକ ।

ଅଭିଯୁକ୍ତ ମାନେ ଗିରଫ ନହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଜିଦ ଧରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା । ସୂଚନା ଥାଉ କି, ଗତ 16 ତାରିଖ ରାତିରେ କାମାକ୍ଷାନଗର ସହରର ଗୋଡିସାହି ଓ କଲୋନୀ ସାହି ମଧ୍ୟରେ ଗୋଷ୍ଠୀ ସଙ୍ଘର୍ଷ ହୋଇଥିଲା। ଏଥିରେ ସିରିଜ ବୋମାମାଡ଼ ସହ ଗୁଳିକାଣ୍ଡ ହୋଇଥିଲା । ଗୁଳିକାଣ୍ଡରେ କଲୋନି ସାହିର 3 ଜଣ ଆହତ ହୋଇ କଟକ ସ୍ଥାନାନ୍ତର ହୋଇଥିଲେ। ତେବେ ତୋଫାନ ପାତ୍ରଙ୍କ 17 ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।

ପରଦିନ ତୋଫାନଙ୍କ ମୃତଦେହ ବ୍ୟବଚ୍ଛେଦ ପରେ କାମାକ୍ଷାନଗରରେ ପହଞ୍ଚିଥିଲା । ଯାହାପରେ ପ୍ରମୁଖ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ ଦାବିରେ ଶତାଧିକ ଦଳିତ ପୁରୁଷ ମହିଳା ସହରର ହନୁମାନ ଛକଠାରେ ମୃତଦେହ ରଖି 53 ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ପରେ ଘଟଣାସ୍ଥଳରେ ଉପଜିଲ୍ଲାପାଳ ଉପସ୍ଥିତ ହୋଇ ଲୋକଙ୍କୁ ବୁଝାସୁଝା କରିବା ସହ ପୋଲିସ ପ୍ରଶାସନ ପକ୍ଷରୁ ଦୁଇଦିନ ମଧ୍ୟରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାର ପ୍ରତିଶୃତି ପରେ ଆନ୍ଦୋଳନ ହଟିଥିଲା ।

ମାତ୍ର ଆଜିକୁ 9 ଦିନ ବିତିଯାଇଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସ ଅବହେଳା କରୁଥିବା ନେଇ ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ । ଫଳରେ ସେମାନେ ପୁଣି ଥରେ ଥାନା ଘେରାଉ କରିବାକୁ ବାଧ୍ୟ ହୋଇଛନ୍ତି ବୋଲି ପ୍ରକାଶ କରିଛନ୍ତି । ତେବେ ମୋଟ 21 ଜଣ ଅଭିଯୁକ୍ତଙ୍କ ମଧ୍ୟରୁ 8 ଜଣ ଗିରଫ ହୋଇଛନ୍ତି ଓ ଅନ୍ୟ ମାନଙ୍କୁ ଗିରଫ ପାଇଁ କାମାକ୍ଷାନଗର ଥାନା ଅଧିକାରୀ ଏକ ଟିମ ନେଇ ବାହାରକୁ ଯାଇଛନ୍ତି ବୋଲି ସଫେଇ ଦେଇଛନ୍ତି କାମାକ୍ଷାନଗର ଏସଡିପିଓ । ଏହାସହ ଆଗାମୀ 7 ଦିନ ମଧ୍ୟରେ ସମସ୍ତ ଫେରାର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ସ୍ପଷ୍ଟ କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.