ETV Bharat / state

ପୁଣି ଭୟଙ୍କର ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଲା OPTCL - ପୁଣି ଭୟଙ୍କର ଅଗ୍ନି କାଣ୍ଡରୁ ଆଳ୍ପକେ ବର୍ତ୍ତିଲା OPTCL

ପୁଣି ଏକ ଭୟଙ୍କର ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଲା ଓପିଟିସିଏଲ । ଢେଙ୍କାନାଳ କଣ୍ଟା ବଣିଆ ସ୍ଥିତ ଓପିଟିସିଏଲରେ ବିଦ୍ୟୁତ କେବୁଲ ଫାଟି ନିଆଁ ଲାଗିଥିବାବେଳେ ଏହାକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ ।

ପୁଣି ଭୟଙ୍କର ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଲା OPTCL

author img

By

Published : Feb 28, 2021, 3:40 PM IST

Updated : Feb 28, 2021, 3:49 PM IST

ଢେଙ୍କାନାଳ: ପୁଣି ଏକ ଭୟଙ୍କର ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଲା ଓପିଟିସିଏଲ । ଢେଙ୍କାନାଳ କଣ୍ଟା ବଣିଆ ସ୍ଥିତ ଓପି ଟିସିଏଲରେ ବିଦ୍ୟୁତ କେବୁଲ ଫାଟି ନିଆଁ ଲାଗିଥିବାବେଳେ ଏହାକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ ।

ପୁଣି ଭୟଙ୍କର ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଲା OPTCL

ଢେଙ୍କାନାଳ ଜିଲ୍ଲା କଣ୍ଟା ବଣିଆ ସ୍ଥିତ ଓଡିଶା ପାୱାର ଟ୍ରାନ୍ସ ମିଶନ କର୍ପୋରେସନ ଲିମିଟେଡ଼ର ଏହି ଗ୍ରୀଡ଼ରେ ଆଜି ଏକ କେବୁଲ ଫାଟି ଯିବାରୁ ସ୍ପ।ର୍କିଙ୍ଗରୁ ନିଆଁ ଲାଗିଥିଲା । କର୍ମଚାରୀମାନେ ତୁରନ୍ତ ଦମକଳ ବାହିନୀକୁ ଖବର ଦେଇଥିଲେ । ଫଳରେ ସ୍ଥାନୀୟ ଟାଟା ଷ୍ଟିଲ ବିଏସଏଲ କାରଖାନାରୁ ଦମକଳ ବାହିନୀ ପହଞ୍ଚି ନିଆଁକୁ ଲିଭାଇ ଆୟତ୍ତ କରିଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ଗତ ରବିବାର ଦିନ ଏହି ଓପିଟିସିଏଲରେ ସର୍ଟ ସର୍କିଟରୁ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ସେତେବେଳେ ନିଆଁକୁ ଆୟତ୍ତ କରିବା ପାଇଁ ସ୍ଥାନୀୟ ଟାଟା ଷ୍ଟିଲ, ଜିଏମଆର ଆଦି କାରଖାନା ସମେତ ୧୦ରୁ ଊର୍ଦ୍ଧ୍ଵ ଦମକଳ ବାହିନୀଙ୍କୁ ଦୀର୍ଘ ୬ଘଣ୍ଟା ଆକ୍ଲାନ୍ତ ପରିଶ୍ରମ କରିବାକୁ ପଡିଥିଲା । ଏପରିକି ପ୍ରାୟ ପାଞ୍ଚ କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଥିଲା ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : Feb 28, 2021, 3:49 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.